ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀଙ୍କୁ ଛୁରାମାଡ଼

congree-workerଆଳି: ମହାନଦୀ ପ୍ରସଙ୍ଗରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଦୋକାନ ବନ୍ଦ କରିବାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଓଳାଭର ବଜାରରେ ଜଣେ ଦୋକାନୀଙ୍କ ଛୁରା ମାଡ଼ରେ ଜଣେ କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅକ୍ଷୟ ଦାଶ। ଓଳାଭର ମେଡିକାଲ୍‌ରେ ତାଙ୍କର ଚିକିତ୍ସା କରାଯାଇଛି। ଏ ନେଇ ରାଜକନିକା ଥାନାରେ   ଏତଲା ଦିଆଯାଇଛି।

ପୂର୍ବହ୍ନ ପ୍ରାୟ ୧୧ଟା ବେଳେ କଂଗ୍ରେସ କର୍ମୀମାନେ ଓଳାଭର ବଜାରରେ ଥିବା ଦୋକାନଗୁଡ଼ିକୁ ବନ୍ଦ କରିବାକୁ ଆସିଥିଲେ। ଏହି ସମୟରେ ଜଣେ ଦୋକାନୀଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ସେ ଦୋକାନ ବନ୍ଦ କରିବାକୁ ରାଜି ନ ଥିଲେ। ଫଳରେ ଯୁକ୍ତିତର୍କ ହୋଇଥିଲା। ଉତ୍‌କ୍ଷିପ୍ତ ଦୋକାନୀ ଜଣଙ୍କ ଅକ୍ଷୟ ଦାଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଛୁରୀଟି ତାଙ୍କ ହାତରେ ବାଜି ଥିଲା।