କେନ୍ଦ୍ରାପଡ଼ା: ଜିଓଟ୍ୟୁବ୍‌ ପ୍ରକଳ୍ପର ମରାମତି କାର୍ଯ୍ୟ ଆରମ୍ଭ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠଠାରେ ସମୁଦ୍ରକୁଳିଆ ଗାଁଗୁଡ଼ିକୁ ସୁରକ୍ଷା ଦେବା ପାଇଁ ନିର୍ମାଣାଧୀନ ଜିଓଟ୍ୟୁବ୍‌ ବା ସିନ୍ଥେଟିକ୍‌ ୱାଲର କ୍ଷତିଗ୍ରସ୍ତ ସ୍ଥାନରେ ମରାମତି କାର୍ଯ୍ୟ ଆରମ୍ଭ କରାଯା‌ଇଛି। ମରାମତି ପରେ ଜିଓଟ୍ୟୁବ ଆଗରେ ପଥର ବନ୍ଧ କରାଯିବ। ଏନେଇ ଜଳ ସମ୍ପଦ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ରାଜନଗର ବ୍ଲକର ୫୪ଟି ସମୁଦ୍ରକୂଳିଆ ଗାଁଗୁଡ଼ିକୁ ସୁରକ୍ଷା ଦେବା ପାଇଁ  ୨୦୧୨ ମସିହାରୁ ଏହି ଜିଓଟ୍ୟୁବ୍‌ ପ୍ରକଳ୍ପ ନିର୍ମାଣ କାମ କରାଯାଉଛି। […]

geotube

geotube

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 12:47 PM IST

Sports

Latest News

geotubeକେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠଠାରେ ସମୁଦ୍ରକୁଳିଆ ଗାଁଗୁଡ଼ିକୁ ସୁରକ୍ଷା ଦେବା ପାଇଁ ନିର୍ମାଣାଧୀନ ଜିଓଟ୍ୟୁବ୍‌ ବା ସିନ୍ଥେଟିକ୍‌ ୱାଲର କ୍ଷତିଗ୍ରସ୍ତ ସ୍ଥାନରେ ମରାମତି କାର୍ଯ୍ୟ ଆରମ୍ଭ କରାଯା‌ଇଛି। ମରାମତି ପରେ ଜିଓଟ୍ୟୁବ ଆଗରେ ପଥର ବନ୍ଧ କରାଯିବ। ଏନେଇ ଜଳ ସମ୍ପଦ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

ରାଜନଗର ବ୍ଲକର ୫୪ଟି ସମୁଦ୍ରକୂଳିଆ ଗାଁଗୁଡ଼ିକୁ ସୁରକ୍ଷା ଦେବା ପାଇଁ  ୨୦୧୨ ମସିହାରୁ ଏହି ଜିଓଟ୍ୟୁବ୍‌ ପ୍ରକଳ୍ପ ନିର୍ମାଣ କାମ କରାଯାଉଛି। କିନ୍ତୁ ଏଯାଏଁ କାମ ସରିପାରୁନାହିଁ। ଫଳରେ ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ନିର୍ମାଣାଧୀନ ଜିଓଟ୍ୟୁବ୍‌ କ୍ଷତିଗ୍ରସ୍ତ ହୋଇଛି।

ପେଣ୍ଠ ବାସିନ୍ଦା ପ୍ରଫୁଲ୍ଲ ଦାସ କହିଛନ୍ତି,“ଯେଉଁ ଜିଓଟ୍ୟୁବ ନିର୍ମାଣ କରଯାଉଛି କିଛି କାମକୁ ନୁହେଁ। ଜୁଆର ଏହାକୁ ଅନେକ ଥର ଫଟାଇ ଦେଲାଣି। ବାରମ୍ବାର ମରାମତି କରାଯାଉଛି, କିନ୍ତୁ କିଛି ସୁଫଳ ମିଳୁନାହିଁ।”

ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଟଙ୍କ ଧର ସାହୁ କହିଛନ୍ତି,“ନିର୍ମାଣାଧୀନ ଜିଓଟ୍ୟୁବ୍‌  ପ୍ରକଳ୍ପର କାର୍ଯ୍ୟକାରିତା  ଉପରେ ଅନୁଧ୍ୟାନ କରିବା ପାଇଁ ଆମେ ଆସିଥିଲୁ। ଜିଓଟ୍ୟୁବ୍‌ ନିର୍ମାଣ କାର୍ଯ୍ୟରେ କିଛି ଅଭାବ ଓ  ତ୍ରୁଟି  ଥିଲେ ତାକୁ ଆମେ ସୁଧାରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos