କେନ୍ଦ୍ରାପଡ଼ା: ପୋଖରୀରୁ ମିଳିଲା ମା’ପୁଅଙ୍କ ମୃତଦେହ, ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା ଜାଲିକଣାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଖରୀରୁ ମିଳିଲା ମା’ ଓ ବର୍ଷକର ଶିଶୁର ମୃତଦେହ। ଆଜି ସକାଳୁ ପୋଖରୀରେ ଉଭୟଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ଦମକଳବାହିନୀ ସହାୟତାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ମହିଳାଙ୍କ ନାଁ ପଙ୍କଜିନୀ ପାଇତାଳ। ସେ ଗାଁର ଜାଲିକଣା କୃପାସିନ୍ଧୁ ପାଇତାଳଙ୍କ ପତ୍ନୀ।ତେବେ କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା ତାହା ଜଣାପଡ଼ି ନ ଥିଲେ ହେଁ ଉଭୟଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ପଙ୍କଜିନୀଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିଲେ। ଏବେ ତାକୁ ଓ ତା’ ପୁଅକୁ ମାରି ପୋଖରୀରେ ଫୋପାଡ଼ି ଦେଇଛନ୍ତି। ଅନ୍ୟପକ୍ଷରେ ପଙ୍କଜିନୀଙ୍କ ଶ୍ୱଶୁର ଘର ଲୋକେ ଏହାକୁ ଅସ୍ୱୀକାର କରିଛନ୍ତି।

ପୋଲିସ୍ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।