ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଲା, କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ବୁଲାଇଲେ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ ରୋମିଓଙ୍କୁ ହେବାକୁ ପଡ଼ିଛି ହଟହଟା। ବାଟରେ ଯାଉଥିବା ବେଳେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ପରେ ରୋଡ ରୋମିଓକୁ କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ଚଲାଇ ବୁଲାଇଲେ ଛାତ୍ରମାନେ (ଅଣଛାତ୍ର)। ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ମାର୍ଶାଘାଇ କଲେଜର କିଛି ଛାତ୍ର ମାନେ ଅନ୍ୟଏକ କଲେଜର ଛାତ୍ରକୁ ଆଣ୍ଠେଇ ଆଣ୍ଠେଇ କଲେଜ ପରିସରରେ ନେଉଥିବାର ଭିଡିଓ ଭାଇରାଲ୍ ହେବାର ଦେଖାଯାଇଥିଲା। ଖବର ନେବାରେ ଜଣାଯାଇଛି ସେହି ରୋଡ ରୋମିଓ ବାରମ୍ବାର ଛାତ୍ରୀମାନଙ୍କୁ ହଇରାଣ କରୁଥିଲେ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କମେଣ୍ଟ ମରା ରୋଡ୍ ରୋମିଓକୁ ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ପ୍ରାୟ ୨୦୦ ମିଟର ଆଣ୍ଠେଇ ଆଣ୍ଠେଇ ନେଉଥିଲା ବେଳେ କଲେଜ କର୍ତ୍ତୃପକ୍ଷ କିମ୍ବା ଅଧ୍ୟାପକ ଅଧ୍ୟାପିକାମାନେ କେବଳ ଦେଖଣାହାରୀ ସାଜିଥିଲେ ଏବଂ କେହି ଏହାର ପ୍ରତିବାଦ କରିନଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକ ଜଣଙ୍କୁ କଲେଜ ପରିସର ମଧ୍ୟରେ ପିଚୁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଆଣୁଛନ୍ତି। କିନ୍ତୁ ସେଠାରେ ଉପସ୍ଥିତ ଥିବା କଲେଜର ଅଧ୍ୟକ୍ଷ, ପ୍ରଧ୍ୟାପକ, ଅଧ୍ୟାପକ ଏସବୁ ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ଯୁବକଙ୍କୁ ଉଦ୍ଧାର କରିନଥିଲେ। ଏବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।