ଗୀତାଞ୍ଜଳିଙ୍କୁ ଜୀଅନ୍ତା ଜାଳି ଦେଲେ !
ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ପଟ୍ଟାମୁଣ୍ଡାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ୮ ବର୍ଷ ତଳେ ରାଜନଗର ବ୍ଲକ୍ କାଳୁପଡ଼ା ଗାଁର ମନୋହର ବିଶ୍ୱାଳଙ୍କ ଝିଅ ଗୀତାଞ୍ଜଳି ବଢ଼େଇପଡ଼ା ଗାଁର ଦାମୋଦର ବିଶ୍ୱାଳଙ୍କୁ ବିବାହ କରିଥିଲେ।
ବିବାହ ପରେ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ। ଏହି ଘଟଣାକୁ ନେଇ ବାରମ୍ବାର ଆପୋଷ ସମାଧାନ ହୋଇଥିଲେ ମଧ୍ୟ ତାଙ୍କୁ ଶାଶୁଘର ଲୋକେ ନିଷ୍ଠୁର ଭାବେ ମାଡ଼ ମାରୁଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି।
ଗୀତାଞ୍ଜଳିଙ୍କ ଭାଇ କହିଛନ୍ତି, ଦୀର୍ଘଦିନ ଧରି ଏମିତି ପାରିବାରିକ କଳହ ଲାଗି ରହିଥିବା ବେଳେ ଗତକାଲି ରାତିରେ ମୋ ଭଉଣୀକୁ ତା’ ସ୍ୱାମୀ, ଶାଶୁ ଓ ଦେଢ଼ଶୁର ମିଶି ନିସ୍ତୁକ ମାଡ଼ ମାରିଥିଲେ ଏବଂ ପରେ କରୋସିନି ଢାଳି ପୋଡ଼ି ଦେଇଥିଲେ।
ଗୀତାଞ୍ଜଳିଙ୍କୁ ଶାଶୁ ଘର ଲୋକେ ପୂର୍ବରୁ ହତ୍ୟା ଧମକ ଦେଇ ଆସୁଥିଲେ ବୋଲି ତାଙ୍କ ଭାଇ ଏତଲାରେ ଦର୍ଶାଇଛନ୍ତି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।