ବାରିମୂଳ ଆଶ୍ରମ ଆଗରେ ସାରଥିଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ସାରଥିଙ୍କୁ ସୁପ୍ରିମ୍‌କୋର୍ଟରୁ ଜାମିନ୍‌ ମିଳିବା ପରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଆଶ୍ରମ ସମ୍ମୁଖରେ ସାରଥିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ଏସ୍‌ସିବି ମେଡିକାଲ କଲେଜ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ସାରଥିଙ୍କୁ ଆଜି ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା। ତେବେ ତାଙ୍କ ନାଁରେ ଅନେକ ମାମଲା ଥିବାରୁ ସେ ଶୀଘ୍ର ଜେଲରୁ ବାହାରିବା ସମ୍ଭାବ ହେଉନାହିଁ। କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରୁ ଗିରଫ ହେବା ପରେ ସାରଥି ବାବା ଏବେ ଚୌଦ୍ୱାର ଜେଲ୍‌ ଅଛନ୍ତି।