କେନ୍ଦ୍ରାପଡ଼ା: ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଏଣ୍ଡୋର ଗାଁର ରମେଶ ମଳିଙ୍କ ପତ୍ନୀ ଝାରଣାଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଗର୍ଭାଶୟକୁ ଯାଇଥିବା ନାଡ କଟିଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି। ଆଶାକର୍ମୀ ଝରଣାଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଇନ୍ଦିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପ୍ରଦୀପ କୁମାର ଦାସ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ଝରଣାଙ୍କ ସ୍ୱସ୍ଥ୍ୟ ଅବସ୍ଥାରେ ଉନ୍ନତି ନଘଟିବାରୁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ […]

kendrapara-operation-botch-up

kendrapara-operation-botch-up

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 10:21 PM IST

kendrapara-operation-botch-upକେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଏଣ୍ଡୋର ଗାଁର ରମେଶ ମଳିଙ୍କ ପତ୍ନୀ ଝାରଣାଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଗର୍ଭାଶୟକୁ ଯାଇଥିବା ନାଡ କଟିଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି।

ଆଶାକର୍ମୀ ଝରଣାଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଇନ୍ଦିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପ୍ରଦୀପ କୁମାର ଦାସ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ଝରଣାଙ୍କ ସ୍ୱସ୍ଥ୍ୟ ଅବସ୍ଥାରେ ଉନ୍ନତି ନଘଟିବାରୁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। କଟକରେ ଝରଣାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଗର୍ଭାଶୟକୁ ଯାଇଥିବା ନାଡ କଟିଥିବା ଡାକ୍ତର କହିଥିଲେ। ଏବେ ମଧ୍ୟ ଝରଣାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ନେଇ ଅଭିଯୋଗ ହେବା ପରେ କେନ୍ଦ୍ରପଡ଼ା ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos