କାଶ୍ମୀରରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ, ୨ ଗୁରୁତର

କେନ୍ଦ୍ରାପଡ଼ା: କାଶ୍ମୀରରେ ଏକ ଭଡ଼ା ଘରେ ଶ୍ୱାସରୁଦ୍ଧ ହୋଇ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଦମ୍ପତି ହେଲେ ଶ୍ୟାମ ମାଧବ ମିଶ୍ର ଓ ତାଙ୍କ ପତ୍ନୀ ନିବେଦିତା ମିଶ୍ର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ନ’ମୌଜା ଗାଁର ଶ୍ୟାମ, ନିବେଦିତା ଓ ନାରାୟଣ ପୂଜାରୀ ଏବଂ ସାଗରିକା ମିଶ୍ର ବିଇଡି ପରୀକ୍ଷା ଦେବା ପାଇଁ ବିମାନରେ କାଶ୍ମୀର ଯାଇ ଏକ ଭଡ଼ା ଘରେ ରହିଥିଲେ। ପ୍ରବଳ ଥଣ୍ଡା […]

kendrapara-ra-2-death

kendrapara-ra-2-death

Rakesh Mallick
  • Published: Friday, 20 January 2017
  • Updated: 20 January 2017, 10:23 PM IST

Sports

Latest News

କେନ୍ଦ୍ରାପଡ଼ା: କାଶ୍ମୀରରେ ଏକ ଭଡ଼ା ଘରେ ଶ୍ୱାସରୁଦ୍ଧ ହୋଇ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଦମ୍ପତି ହେଲେ ଶ୍ୟାମ ମାଧବ ମିଶ୍ର ଓ ତାଙ୍କ ପତ୍ନୀ ନିବେଦିତା ମିଶ୍ର।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ନ’ମୌଜା ଗାଁର ଶ୍ୟାମ, ନିବେଦିତା ଓ ନାରାୟଣ ପୂଜାରୀ ଏବଂ ସାଗରିକା ମିଶ୍ର ବିଇଡି ପରୀକ୍ଷା ଦେବା ପାଇଁ ବିମାନରେ କାଶ୍ମୀର ଯାଇ ଏକ ଭଡ଼ା ଘରେ ରହିଥିଲେ। ପ୍ରବଳ ଥଣ୍ଡା ଯୋଗୁଁ ଗତକାଲି ରାତିରେ ସେମାନେ ଘରେ ନିଆଁ ଜାଳି ଶୋଇଥିଲେ। ଆଜି ସକାଳେ ସେମାନଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ଶ୍ରୀନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ୟାମ ମାଧବ ଓ ନିବେଦିତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ନାରାୟଣ ଓ ସାଗରିକାଙ୍କର ଚିକିତ୍ସା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos