କେନ୍ଦୁଝର: ପିକନିକ୍ ଗାଡି ଓଲଟି ଜଣେ ମୃତ, ୨୦ ଆହତ

କେନ୍ଦୁଝର: ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟିରେ ଏକ ପିକନିକ୍ ଗାଡ଼ି ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଗୁରୁତର ୪ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଅନ୍ୟ ଆହତମାନେ କେନ୍ଦୁଝର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତାହତମାନେ କେନ୍ଦ୍ରାପଡ଼ା ଜିଲ୍ଲା ବାଲିଚନ୍ଦ୍ରପୁରର ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟର ଛାତ୍ର। ଏମାନେ ସାନ ଘାଗରାରୁ  ପିକନିକ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।