କେନ୍ଦୁଝର: ଜଟିଳ ହେଉଛି ପୌର ରାଜନୀତି

କେନ୍ଦୁଝର: ଜଟିଳ ହେଉଛି କେନ୍ଦୁଝର ପୌର ରାଜନୀତି। ବିଜେଡିର ବିଦ୍ରୋହୀ କାଉନସିଲରଙ୍କ ସହ ବିଜେପି ଓ କଂଗ୍ରେସ୍ ନେତାଙ୍କ ଫଟୋ ଆସିବା ପରେ ଅନାସ୍ଥା ପଛରେ ଏ ଦୁଇ ଦଳର ହାତ ରହିଛି ବୋଲି ବିଜେଡି ଅଭିଯୋଗ କରିଛି। ସଭ୍ୟ ପଦ ରଦ୍ଦକୁ ନେଇ ସନ୍ଦେହ ଲାଗି ରହିଥିବା ବେଳେ ପରସ୍ପର ଭିତରେ ଆରୋପ ପ୍ରତ୍ୟାରୋପ ରାଜନୀତି ବି ଜୋର୍ ଧରିଛି। ଅନାସ୍ଥା ଭୋଟର କିଛି ଦିନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର ବିଦ୍ରୋହୀ କାଉନସିଲରଙ୍କୁ […]

kendujhar

kendujhar

Rakesh Mallick
  • Published: Tuesday, 05 January 2016
  • Updated: 06 January 2016, 04:52 AM IST

Sports

Latest News

କେନ୍ଦୁଝର: ଜଟିଳ ହେଉଛି କେନ୍ଦୁଝର ପୌର ରାଜନୀତି। ବିଜେଡିର ବିଦ୍ରୋହୀ କାଉନସିଲରଙ୍କ ସହ ବିଜେପି ଓ କଂଗ୍ରେସ୍ ନେତାଙ୍କ ଫଟୋ ଆସିବା ପରେ ଅନାସ୍ଥା ପଛରେ ଏ ଦୁଇ ଦଳର ହାତ ରହିଛି ବୋଲି ବିଜେଡି ଅଭିଯୋଗ କରିଛି। ସଭ୍ୟ ପଦ ରଦ୍ଦକୁ ନେଇ ସନ୍ଦେହ ଲାଗି ରହିଥିବା ବେଳେ ପରସ୍ପର ଭିତରେ ଆରୋପ ପ୍ରତ୍ୟାରୋପ ରାଜନୀତି ବି ଜୋର୍ ଧରିଛି।

ଅନାସ୍ଥା ଭୋଟର କିଛି ଦିନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର ବିଦ୍ରୋହୀ କାଉନସିଲରଙ୍କୁ ଦେଖିବାକୁ ମିଳିଥିଲା। ବିଦ୍ରୋହୀ କାଉନସିଲରମାନେ ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓଙ୍କୁ ଭେଟି ଅନାସ୍ଥା ଭୋଟ୍ ବେଳେ ସହଯୋଗ ଲୋଡ଼ିଥିଲେ।

ସେହିପରି ସୋମବାର ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବାକୁ ଆସିଥିବା କାଉନସିଲରଙ୍କ ସହ କଂଗ୍ରେସ ପିସିସି ସଂଗଠନ ସମ୍ପାଦକ ପୃଥ୍ୱୀରାଜ କଅଁରଙ୍କୁ ଦେଖିବାକୁ ମିଳିଥିଲା। ଏହି ଦୁଇ ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି।

ଅନାସ୍ଥା ଆଣି କେନ୍ଦୁଝର ବିଜେଡିକୁ ଭାଗ କରିବା ପାଇଁ ବିଜେପି ଓ କଂଗ୍ରେସ ଚକ୍ରାନ୍ତ କରିଛନ୍ତି ବୋଲି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି।

କେନ୍ଦୁଝରରେ କାଉନସିଲରଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଦଳ ସେମାନଙ୍କୁ ସାହାଯ୍ୟ କରିଛି ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି।

ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ବିଜେଡି କାଉସିଲରଙ୍କୁ ପ୍ରଭାବିତ କରିବା ପାଇଁ ଦଳ ପାଖରେ ସାମର୍ଥ୍ୟ ନହିଁ। ତେଣୁ ସେମାନଙ୍କୁ ପ୍ରଭାବିତ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos