ଥମୁନି ହାତୀ-ମଣିଷ ଲଢେଇ, କେନ୍ଦୁଝର ସଦର ରେଞ୍ଜରେ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର: ଜିଲ୍ଲାରେ ହାତୀ-ମଣିଷ ଲଢେ଼ଇ ଥମୁନାହିଁ। କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ଲୋକଙ୍କ ଧନଜୀବନ କ୍ଷତି ହେଉଛି। ହାତୀପଲଙ୍କ ଉପଦ୍ରବ ଯୋଗୁଁ ଆତଙ୍କିତ ହୋଇପଡିଛନ୍ତି ସଦର ବ୍ଲକର ଲୋକେ। ଗତ କିଛିଦିନ ହେଲା ଏକ ହାତୀପଲ ଅଞ୍ଚଳରେ ଧାନ ଓ ପରିବା ଫସଲକୁ ନଷ୍ଟ କରୁଛନ୍ତି। ଏଥିରେ ଦଳରେ ରହିଛନ୍ତି ୮ଟି ହାତୀ। ବିଶେଷ କରି ମୈଦାନକେଲ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ଏହି ହାତୀପଲ। ହାତୀ ପଲକୁ ଲୋକେ ଘଉଡ଼ାଉ ଥିଲେ […]

hati

hati

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 04:06 PM IST

Sports

Latest News

କେନ୍ଦୁଝର: ଜିଲ୍ଲାରେ ହାତୀ-ମଣିଷ ଲଢେ଼ଇ ଥମୁନାହିଁ। କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ଲୋକଙ୍କ ଧନଜୀବନ କ୍ଷତି ହେଉଛି। ହାତୀପଲଙ୍କ ଉପଦ୍ରବ ଯୋଗୁଁ ଆତଙ୍କିତ ହୋଇପଡିଛନ୍ତି ସଦର ବ୍ଲକର ଲୋକେ। ଗତ କିଛିଦିନ ହେଲା ଏକ ହାତୀପଲ ଅଞ୍ଚଳରେ ଧାନ ଓ ପରିବା ଫସଲକୁ ନଷ୍ଟ କରୁଛନ୍ତି। ଏଥିରେ ଦଳରେ ରହିଛନ୍ତି ୮ଟି ହାତୀ। ବିଶେଷ କରି ମୈଦାନକେଲ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ଏହି ହାତୀପଲ। ହାତୀ ପଲକୁ ଲୋକେ ଘଉଡ଼ାଉ ଥିଲେ ମଧ୍ୟ ସେମାନେ ପୁଣି ରାତିରେ ଫେରି ଆସି ଫସଲ ନଷ୍ଟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଏହି ଗୋଟିଏ ଘଟଣା ନୁହେଁ। ଗତ ୩ମାସ ହେଲା ଜିଲ୍ଲାର ସଦର ରେଞ୍ଜ, ବଡ଼ବିଲ୍, ପାଟଣା ଓ ତେଲକୋଇ ରେଞ୍ଜରେ ଶହ ଶହ ହେକ୍ଟର ଫସଲ ଉଜୁଡ଼ି ଗଲାଣି ହାତୀ ଉପଦ୍ରବ ଯୋଗୁଁ। ଚମ୍ପୁଆ ଓ ସଦର ରେଞ୍ଜରେ ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ବି ଯାଇଥିବା ଅଭିଯୋଗ ହୋଇଛି। ଦିନକୁ ଦିନ ଜିଲ୍ଲାରେ ହାତୀ ଉପଦ୍ରବ ବଢି ଚାଲିଥିବା ବେଳେ ହାତୀଙ୍କୁ ଘଉଡାଇବାକୁ ପଦକ୍ଷେପ ନିଆଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos