କେନ୍ଦୁଝର: ଅଜଣା ଜ୍ୱରରେ ୪୦ ଦିନରେ ୧୧ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମହାଦେଇଯୋଡା ପଞ୍ଚାୟତରେ ଅଜଣା ଜ୍ୱର ବ୍ୟାପି ୪୦ ଦିନରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜଣାପଡ଼ିବା ପରେ ଏକ ଡାକ୍ତରୀ ଟିମ୍‌ ଗାଁକୁ ଯାଇ ଚିକିତ୍ସା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଦୀର୍ଘଦିନ ହେବ ଜ୍ୱରରେ ଆକ୍ରାନ୍ତ ଥିବା ୯ ନମ୍ୱର ୱାର୍ଡର ୱାର୍ଡ ମେମ୍ୱର ପର୍ଶୁରାମ ବେହେରାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ ପର୍ଶୁରାମଙ୍କ ସ୍ତ୍ରୀ କହିଛନ୍ତି, “ପର୍ଶୁରାମ ଦୀର୍ଘଦିନ […]

kjr

kjr

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 09:40 AM IST

kjr  deathକେନ୍ଦୁଝର: କେନ୍ଦୁଝର ଜିଲ୍ଲା ମହାଦେଇଯୋଡା ପଞ୍ଚାୟତରେ ଅଜଣା ଜ୍ୱର ବ୍ୟାପି ୪୦ ଦିନରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜଣାପଡ଼ିବା ପରେ ଏକ ଡାକ୍ତରୀ ଟିମ୍‌ ଗାଁକୁ ଯାଇ ଚିକିତ୍ସା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

ଦୀର୍ଘଦିନ ହେବ ଜ୍ୱରରେ ଆକ୍ରାନ୍ତ ଥିବା ୯ ନମ୍ୱର ୱାର୍ଡର ୱାର୍ଡ ମେମ୍ୱର ପର୍ଶୁରାମ ବେହେରାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ମୃତ୍ୟୁ ଘଟିଛି।

ମୃତ ପର୍ଶୁରାମଙ୍କ ସ୍ତ୍ରୀ କହିଛନ୍ତି, “ପର୍ଶୁରାମ ଦୀର୍ଘଦିନ ହେବ ଅଜଣା ରୋଗରେ ପୀଡିତ ଥିଲେ। ତାଙ୍କୁ ବାରମ୍ୱାର ଜ୍ୱର ହେଉଥିଲା। କଟକ ଯାଇ ଚିକିତ୍ସିତ ହୋଇ ଆସିଥିଲେ। ଗତକାଲି ରାତିରେ ଘରେ ଖାଉଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲୁ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।”

ପର୍ଶୁରାମ ଡାକ୍ତରଖାନାକୁ ଆସିବା ପୂର୍ବରୁ ତାଙ୍କର ପାଟିରୁ ରକ୍ତସ୍ରାବ ହେଉଥିଲା ବୋଲି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି।

ଅଞ୍ଚଳରେ ଏପରି ଅଜଣା ରୋଗରେ ୪୦ ଦିନ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ଏକ ଡାକ୍ତର ଟିମ୍‌ ଗାଁରେ ସ୍ଥାୟୀ କ୍ୟାମ୍ପ୍‌ କରି ଘଟଣାର ପ୍ରକୃତ କାରଣ ଖୋଜି ବାହାର କରିବା ସହ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ  ଗାଁଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos