ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଚାଲିଛି ମକ୍‌ ଡ୍ରିଲ୍‌

ଭୁବନେଶ୍ୱର: ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଆଜି ୩୦ଟି ଜିଲ୍ଲାରେ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହେଉଛି। ଓଡ୍ରାଫ୍, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବିଭାଗ ଏଥିରେ ଭାଗ ନେବା ସହ ଉଦ୍ଧାର କୌଶଳ ପ୍ରଦର୍ଶନ କରୁଛନ୍ତି। ଏଥିରେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପଞ୍ଚାୟତ କର୍ମକର୍ତ୍ତା ଓ ସାଧାରଣ ଲୋକ ଭାଗ ନେଇଛନ୍ତି। ମକ୍‌ ଡ୍ରିଲ୍‌ ସମୟରେ ବାତ୍ୟା ଆଶ୍ରୟସ୍ଥଳୀରେ ପରିଚାଳନା ଓ ରକ୍ଷଣାବେକ୍ଷଣ ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏଥିସହ ଆଶ୍ରୟସ୍ଥଳୀରେ ଥିବା ଟାୱାର […]

kendujhar

kendujhar

Rakesh Mallick
  • Published: Sunday, 19 June 2016
  • Updated: 19 June 2016, 03:25 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଆଜି ୩୦ଟି ଜିଲ୍ଲାରେ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହେଉଛି। ଓଡ୍ରାଫ୍, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବିଭାଗ ଏଥିରେ ଭାଗ ନେବା ସହ ଉଦ୍ଧାର କୌଶଳ ପ୍ରଦର୍ଶନ କରୁଛନ୍ତି। ଏଥିରେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପଞ୍ଚାୟତ କର୍ମକର୍ତ୍ତା ଓ ସାଧାରଣ ଲୋକ ଭାଗ ନେଇଛନ୍ତି। ମକ୍‌ ଡ୍ରିଲ୍‌ ସମୟରେ ବାତ୍ୟା ଆଶ୍ରୟସ୍ଥଳୀରେ ପରିଚାଳନା ଓ ରକ୍ଷଣାବେକ୍ଷଣ ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏଥିସହ ଆଶ୍ରୟସ୍ଥଳୀରେ ଥିବା ଟାୱାର ଲାଇଟ୍, ଯନ୍ତ୍ରଚାଳିତ କରତ, ଜେନେରେଟର ଓ ଷ୍ଟ୍ରେଚର୍ ଆଦିର ବ୍ୟବହାର ନେଇ  ମଧ୍ୟ ଅଭ୍ୟାସ କରାଯାଉଛି।

ବାଲେଶ୍ୱର, ଭଦ୍ରକ, ନୟାଗଡ଼ ଓ କେନ୍ଦ୍ରାପଡ଼ା ଆଦି ୧୫ଟି ଜିଲ୍ଲାରେ ୫୦୦ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ଗୋଷ୍ଠୀ ସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଉଛି। ସେହିପରି ଗଜପତି, କୋରାପୁଟ, ନୂଆପଡ଼ା ଓ ମାଲକାନଗିରି ଏଭଳି ଆଉ ୧୫ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଉଛି। ଓସଡମା, ଏସ୍‌ଆର୍‌ସିଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଜରୁରୀକାଳୀନ ବିଭାଗ ଦ୍ୱାରା ଏସବୁ ସଂଯୋଜନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos