କେନ୍ଦୁଝର: ଡ୍ୟାମ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବିଲେଇପଦା ଠାରେ ଥିବା ଚେକ୍ ଡ୍ୟାମରେ ବୁଡି ବିରିକଳା ଗାଁର ସୁଶାନ୍ତ କୁମାର ନାୟକଙ୍କ ଗତକାଲି ମୃତ୍ୟ ଘଟିଥିଲା। ଆଜି ସକାଳେ ଡ୍ୟାମରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ଗାଁ ଲୋକେ କମ୍ପାନୀ ଗେଟ୍‌ ନିକଟରେ ଧାରଣାରେ ବସିଥିଲେ। କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ମିଳିବା ପରେ ଲୋକେ ଧାରଣାରୁ ହଟିଥିଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତକୁ ଟାଟାସ୍ପଞ୍ଜ କାରଖାନାର […]

kjr

kjr

Rakesh Mallick
  • Published: Friday, 20 May 2016
  • Updated: 20 May 2016, 06:01 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବିଲେଇପଦା ଠାରେ ଥିବା ଚେକ୍ ଡ୍ୟାମରେ ବୁଡି ବିରିକଳା ଗାଁର ସୁଶାନ୍ତ କୁମାର ନାୟକଙ୍କ ଗତକାଲି ମୃତ୍ୟ ଘଟିଥିଲା। ଆଜି ସକାଳେ ଡ୍ୟାମରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ଗାଁ ଲୋକେ କମ୍ପାନୀ ଗେଟ୍‌ ନିକଟରେ ଧାରଣାରେ ବସିଥିଲେ। କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ମିଳିବା ପରେ ଲୋକେ ଧାରଣାରୁ ହଟିଥିଲେ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତକୁ ଟାଟାସ୍ପଞ୍ଜ କାରଖାନାର ଜଣେ ଠିକା ସୁପରଭାଇଜର ତାଙ୍କୁ ଡ୍ୟାମ୍‌ ଗେଟ୍‌ର ସଫେଇ କାର୍ଯ୍ୟରେ ନିୟୋଜିତ  କରିଥିଲେ। ଡ୍ୟାମ ଗେଟ‌୍‍ ସଫା କରୁଥିବା ସମୟରେ ସୁଶାନ୍ତ ଜଳ ସ୍ରୋତରେ ଜଳ ନିଷ୍କାସନ ଦ୍ୱାରରେ ପଶିଯାଇଥିଲେ। ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଚଳାଇ ଥିଲେ କିନ୍ତୁ ଡ୍ୟାମରେ ୧୨ ଫୁଟରୁ ଅଧିକ ପାଣି ଥିବାରୁ ମୃତଦେହକୁ ଉଦ୍ଧାର କରିପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos