ଗଛରେ ପିଟି ହେଲା ବାଇକ୍; ଦୁଇ କନଷ୍ଟେବଳଙ୍କ ମୃତ୍ୟୁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ହରିଚନ୍ଦନପୁରର ପାଉଚିଆ ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ବେଳେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଦୁଇ ଜଣ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଆଲୋକଜ୍ୟୋତି ଦାସ (୩୨) ଓ ସୁଶାନ୍ତ ନାୟକ (୨୬)। ଆଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସୁଶାନ୍ତଙ୍କୁ ନିକଟସ୍ଥ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଲୋକଜ୍ୟୋତିଙ୍କ ଘର ସ୍ୱାମପାଟଣାରେ ହୋଇଥିବା ବେଳେ ସୁଶାନ୍ତଙ୍କ […]

anadapur accident

anadapur accident

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 06:26 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ହରିଚନ୍ଦନପୁରର ପାଉଚିଆ ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ବେଳେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଦୁଇ ଜଣ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଆଲୋକଜ୍ୟୋତି ଦାସ (୩୨) ଓ ସୁଶାନ୍ତ ନାୟକ (୨୬)। ଆଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସୁଶାନ୍ତଙ୍କୁ ନିକଟସ୍ଥ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଲୋକଜ୍ୟୋତିଙ୍କ ଘର ସ୍ୱାମପାଟଣାରେ ହୋଇଥିବା ବେଳେ ସୁଶାନ୍ତଙ୍କ ଘର ପାଣ୍ଡପଡ଼ା ଗାଁରେ।

କେନ୍ଦୁଝର ରିଜର୍ଭ ପୋଲିସ୍‌ର ଏହି ଦୁଇ କନଷ୍ଟେବଳ ଘଟଗାଁ ଥାନାରେ ଡ୍ୟୁଟିରେ ଥିଲେ। ସେମାନେ ବାଇକ୍ ଯୋଗେ ହରିଚନ୍ଦନପୁରରୁ ଘଟଗାଁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos