ରେଳପଥ ସଂଯୋଗ ଦାବିରେ ଆନନ୍ଦପୁର ବନ୍ଦ

banda 2ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରକୁ ରେଳପଥ ସଂଯୋଗ ଦାବିରେ ସଚେତନ ନାଗରିକ ଓ ବାରିଗାଁ ମା’ ଧନେଇ ସେବା ସଂଘ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି। ବନ୍ଦର ପ୍ରଭାବ ଯାନାବାହନ ଚଳାଚଳ ଉପରେ ପଡି ନ ଥିବା ବେଳେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କଗୁଡିକ ବନ୍ଦ ରହିଛି।

ବନ୍ଦ ଡାକରାକୁ ଆନନ୍ଦପୁର ପ୍ରେସ‌୍‍ କ୍ଲବ ଓ ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି।

ଦୀର୍ଘଦିନ ଧରି ଆନନ୍ଦପୁରକୁ ରେଳପଥ ସଂଯୋଗ ଦାବି ହୋଇ ଆସୁଥିଲେ ସୁଦ୍ଧା ଏହାର କାର୍ଯ୍ୟକାରୀତା ଦିଗରେ ସରକାର ଅବହେଳା ପ୍ରଦର୍ଶନ କରୁଥିବାରୁ ଏହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି।

ଆନନ୍ଦପୁର ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର କହିଛନ୍ତି,“ଆଜିର ଏହି ବନ୍ଦ ଡାକରାକୁ ଆନନ୍ଦପୁର ଓକିଲ ସଂଘ ସମର୍ଥନ ଜଣାଇ କାର୍ଯ୍ୟବନ୍ଦ ଡାକରା ଦେଇଛି। ଆମେ ଆଶା କରୁଛୁ କେନ୍ଦ୍ର ସରକାର ଆନନ୍ଦପୁରବାସୀଙ୍କ ଦାବି ଶୀଘ୍ର ପୂରଣ କରିବେ।।”