୨୫ ଶହରୁ ଊର୍ଦ୍ଧ୍ୱ ଲିଟର କିରାସିନି ଜବତ

ବାସୁଦେବପୁର (କିରୀଟ ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଭୈରବପୁର ବ୍ରିଜ୍‌ ନିକଟରୁ ଚୋରା କିରାସିନି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି ପୁଲିସ୍। ଏହି ଗାଡ଼ିରୁ ୨୫ ଶହରୁ ଊର୍ଦ୍ଧ୍ୱ ଲିଟର କିରାସିନି ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଗାଡ଼ି ଚାଳକକୁ ଅଟକ ରଖି ପଚରାଉଚରା କରୁଛି।

କିରାସିନି ବୋଝେଇ ପିକ୍‌ଅପ୍‌ଟି ଆଜି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳକୁ ଯାଉଥିଲା। ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଁ ଗାଡ଼ିକୁ ଅଟକାଇଥିଲା। ଗାଡ଼ିର ଚାଳକଙ୍କୁ ପୁଲିସ କାଗଜପତ୍ର ମାଗିଥିଲା। ମାତ୍ର ଚାଳକ ସଠିକ୍‌ କାଗଜ ଦେଖାଇ ପାରି ନଥିଲେ। ସନ୍ଦେହ ହେବାରୁ ପୁଲିସ ଗାଡ଼ି ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ କିରାସିନି ଜବତ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।