୬ରୁ ଖୋଲିବ ଖଣ୍ଡଗିରି, ଉଦୟଗିରି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁନ୍ ୬ ତାରିଖରୁ ଖୋଲିବ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା । ଏନେଇ ASI ନିଷ୍ପତ୍ତି ନେଇଛି।
ଏହାସହ ୬ ତାରିଖରୁ ରାଜାରାଣୀ ମନ୍ଦିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଓ ଧଉଳି ଅଶୋକ ଶିଳାଲେଖ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଦର୍ଶନୀୟ ସ୍ଥାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ତେବେ ୬ ତାରିଖରୁ ଏହି ଦର୍ଶନୀୟ ସ୍ଥାନ ଗୁଡ଼ିକୁ ଖୋଲିବାକୁ ASI ନିଷ୍ପତ୍ତି ନେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।