ଖରାଦିନେ ବିଦ୍ୟୁତ୍ କାଟ୍ ନ କରିବାକୁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଏଥର ଖରାଦିନରେ ପାୱାରକଟରୁ ଆସ୍ୱସ୍ତି ମିଳିପାରେ। କାରଣ ବିଦ୍ୟୁତ୍ କାଟ ନ କରିବାକୁ ଯୋଜନା କରୁଛନ୍ତି ସରକାର। ଜାନୁୟାରୀ ଶେଷ ସପ୍ତାହରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଲୋକଙ୍କୁ କିଭଳି ୨୪ ଘଣ୍ଟିଆ ବିଦ୍ୟୁତ ମିଳିବ ସେ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ସେପଟେ ରାଜ୍ୟରେ ପାୱାର କଟ୍ ନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ କିଛି କିଛି ସ୍ଥାନରେ ଏ ବେବି ଅଘୋଷିତ ବିଦ୍ୟୁତ୍ କାଟ୍ ଜାରି ରହିଛି।

ଖାଲି ଖରାଦିନେ ନୁହେଁ, ବର୍ଷାଦିନରେ ବି ଘନଘନ ପାୱାର କଟ୍। ଗତବର୍ଷର ବିଦ୍ୟୁତ୍ କାଟ୍ ନାକେଦମ୍ କରିଥିଲା ସାଧାରଣ ଲୋକଙ୍କୁ। ଏବେ ପିକ୍ ଆୱାରରେ ୩୬୯୦ ମେଗାୱାଟ୍ ବିଦ୍ୟୁତର ଅବଶ୍ୟକତା ରହିଛି। ଖରାଦିନେ ଆବଶ୍ୟକ ହେବ ୪ ହଜାର ୨ ଶହ ମେଗାୱାଟରୁ ଅଧିକ। ଖରାଦିନେ କିଭଳି ବିଦ୍ୟୁତ୍ କାଟ୍ ନ ହେବ ସେଥିଲାଗି ଚଳିତମାସ ବୈଠକ ବସିବ। ଜଳସମ୍ପଦ ଓ ଶକ୍ତି ବିଭାଗ ଅନ୍ୟ ସଂସ୍ଥାଙ୍କ ସହ ଆଲୋଚନା କରି ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିବେ। ସଂରକ୍ଷିତ ଥିବା ଜଳ, ପାୱାର ବ୍ୟାକିଂ ଓ ନୂଆ ଇଣ୍ଡିଡିପେଣ୍ଡେଟ୍ ପାୱାର ପ୍ରଡ୍ୟୁସରଙ୍କଠାରୁ ବିଦ୍ୟୁତ୍ ଆଣି ସରକାର ଠିକ୍ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ କରିବେ। ସେପଟେ ଇଣ୍ଡ୍ ଭାରତଠାରୁ ୩୫୦ ମେଗାୱାଟ ବିଦ୍ୟୁତ୍ ଆଣିବାକୁ ଯୋଜନା କରୁଛନ୍ତି ସରକାର।

ଏବେ ପ୍ରତିଦିନ ରାଜ୍ୟର ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ମିଳୁଛି ୧୦୦ ମେଗାୱାଟ ବିଦ୍ୟୁତ। ସେହିଭଳି ଆଇପିପି ଓ ସିପିଜିରୁ ମିଳୁଛି ୧୦୬୪, ତାପଜ ବିଦ୍ୟୁତରୁ ୭୮୦, ସେଣ୍ଟ୍ରାଲ ଗ୍ରିଡରୁ ୮୯୦ ମେଗାୱାଟ୍, ପାୱାର ବ୍ୟାକିଂ ମାଧ୍ୟମରେ ପିକ୍ ଆୱାରରେ ପଞ୍ଜାବରୁ ୨୦୦ ଓ ଦିଲ୍ଲୀରୁ ୧୦୦ ମେଗାୱାଟ ବିଦ୍ୟୁତ ଅଣାଯାଉଛି।

ଆହୁରି ପଢ଼ନ୍ତୁ

ହୋଟେଲ୍‌ ଦେଖି ଅଟକିଗଲେ ଆମ୍ୱୁଲାନ୍ସ କର୍ମଚାରୀ! ମଉଳି ଗଲା କଅଁଳ କଢ଼ି

ପୁଲିସ ପାଇଁ ‘ଓଟିଭି’ ବିରୋଧରେ କାହାଣୀ ଲେଖୁଛି କିଏ ?

ଆରୋଗ୍ୟ ହେଲେ ୧୨୩୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ କେତେ ପଢ଼ନ୍ତୁ

ସକ୍ରିୟ କରୋନା ରୋଗୀ: ଗଞ୍ଜାମକୁ ଟପିଲା ଖୋର୍ଦ୍ଧା, ସୁସ୍ଥ ହାର ବି ଚିନ୍ତାଜନକ

କଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦ ଲୋକାଲ୍‌ କେସ୍‌

ଖେଳୁଥିଲେ ଭାଇ ଭଉଣୀ, ହଠାତ୍ ପୋଖରୀରେ ବୁଡି ଚାଲିଗଲେ

ଡକ୍ୟୁମେଣ୍ଟ ମାଗି ରଖିଲାନି ପୁଲିସ, କୋରିଅରରେ ପଠାଇଲା ଓଟିଭି

ଭାଇରାଲ ଅଡ଼ିଓ ଘଟଣାରେ ଗିରଫ ୨ ଜଣଙ୍କୁ ରିମାଣ୍ଡରେ ନେବ ପୁଲିସ

ସବୁ ଥାଇ ନିଶ୍ୱ ସେ , ପାଣି ପାଇପ୍‌ ଭିତରେ କଟୁଛି ଜୀବନ

ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ +2 ବିଜ୍ଞାନ ରେଜଲ୍ଟ

ଗିରଫ ଦୁଇଜଣଙ୍କର ଭୁଲ କ’ଣ : ବୈଜୟନ୍ତ

A, B ଓ C ବର୍ଗରେ ବିଭକ୍ତ ହେଲା ଦୋକାନ, ଗାଇଡଲାଇନ୍ ଜାରି