ରାତାରାତି କେନ୍ଦ୍ରାପଡ଼ାରୁ କଟକ; ଏସସିବିରେ ଗଛ ମୂଳେ ଖରସ୍ରୋତା ଆନ୍ଦୋଳନକାରୀ

କଟକ(ଓଡ଼ିଶା ରିପୋର୍ଟର): ଖରସ୍ରୋତା ବଞ୍ଚାଇବାକୁ ତଥା ଭିତରକନିକାର ସୁରକ୍ଷା ପାଇଁ ଦୀର୍ଘ ୧୬ ଦିନ ହେଲା ଆମରଣ  ଅନଶନ କରୁଥିବା  ଶ୍ରୀକାନ୍ତ ନାୟକଙ୍କ ପ୍ରତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଦେଖାଇଛି ବୈମାତୃକ ମନୋଭାବ। ଅସୁସ୍ଥତା ହେତୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଶ୍ରୀକାନ୍ତ ନାୟକଙ୍କୁ ଗତକାଲି ରାତାରାତି କଟକ ସ୍ଥାନାନ୍ତର କରାଯାଇଛି। ମାତ୍ର କଟକ ଏସ୍‌ସିବିରେ ବି ବେଡ ଅଭାବ ଥିବାରୁ ଗଛ ମୂଳେ ପଡ଼ି ରହିଛନ୍ତି ଶ୍ରୀକାନ୍ତା। ସୂଚନାଯୋଗ୍ୟ,  କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ […]

srikant nayak

srikant nayak

Niharika Rout
  • Published: Thursday, 26 August 2021
  • Updated: 26 August 2021, 12:32 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଖରସ୍ରୋତା ବଞ୍ଚାଇବାକୁ ତଥା ଭିତରକନିକାର ସୁରକ୍ଷା ପାଇଁ ଦୀର୍ଘ ୧୬ ଦିନ ହେଲା ଆମରଣ  ଅନଶନ କରୁଥିବା  ଶ୍ରୀକାନ୍ତ ନାୟକଙ୍କ ପ୍ରତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଦେଖାଇଛି ବୈମାତୃକ ମନୋଭାବ। ଅସୁସ୍ଥତା ହେତୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଶ୍ରୀକାନ୍ତ ନାୟକଙ୍କୁ ଗତକାଲି ରାତାରାତି କଟକ ସ୍ଥାନାନ୍ତର କରାଯାଇଛି। ମାତ୍ର କଟକ ଏସ୍‌ସିବିରେ ବି ବେଡ ଅଭାବ ଥିବାରୁ ଗଛ ମୂଳେ ପଡ଼ି ରହିଛନ୍ତି ଶ୍ରୀକାନ୍ତା।

ସୂଚନାଯୋଗ୍ୟ,  କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭେଷଜ ବିଭାଗର ୧୦୭ ନମ୍ବର ବେଡ୍‌ରେ ଚିକିତ୍ସିତ ହେଉଥିଲେ ଶ୍ରୀକାନ୍ତ ନାୟକ। ତାଙ୍କ ଅବସ୍ଥା ସେପରି ଗୁରୁତର ନ ଥିବା ବେଳେ ଗତ ରାତିରେ ହଠାତ୍‌ କିଛି ପୁଲିସ୍‌ କର୍ମୀ ପହଞ୍ଚି ଏକ ରେଫରାଲ କାଗଜ ଦେଖାଇ ଆପଣଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ। ଏହାପରେ ଜୋରଜବରଦସ୍ତି  ପୁଲିସ ସହାୟତାରେ ୧୦୮ ଆମ୍ବୁଲାନ୍ସ ଡକାଇ ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀକାନ୍ତଙ୍କୁ କଟକ ପଠାଇଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ।

ହେଲେ ଏସସିବି ଭେଷଜ ବିଭାଗରେ ବେଡ୍ ନଥିବାରୁ ଗଛ ତଳେ ପଡ଼ିଛନ୍ତି ଶ୍ରୀକାନ୍ତ । ଭିତରକନିକା ବଞ୍ଚାଇବାକୁ ଆନ୍ଦୋଳନ ଜାରି ରଖିଥିବା ଶ୍ରୀକାନ୍ତଙ୍କ ପ୍ରତି କେନ୍ଦ୍ରାପଡ଼ା ପ୍ରଶାସନର ଏଭଳି ଆଚରଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ଶ୍ରୀକାନ୍ତ କହିଛନ୍ତି, “ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟାରେ ହଠାତ୍‌ ପୁଲିସ୍‌ ପହଞ୍ଚି  ଜବରଦସ୍ତି କଟକ ନେଇ ଆସିଲେ। ପରିବାର ଲୋକଙ୍କୁ ବି ଖବର ଦେବାକୁ ସୁଯୋଗ ଦେଲେନି। ଏଠାରେ କୋଭିଡ ଟେଷ୍ଟ ପରେ ମେଡିସିନ ୱାର୍ଡକୁ ନେଲେ।  ମାତ୍ର ସେଠାରେ ବିକଳ ଚିତ୍ର ଦେଖି ମୁଁ ଅଣନିଶ୍ୱାସି ହୋଇଗଲି।  ସେଠାରେ ତଳେ ରୋଗୀ ପଡ଼ି ରହିଥିବା ବେଳେ କିପରି ଚିକିତ୍ସିତ ହେବି। ଘଣ୍ଟେ ପରେ କହିଲେ, ଗୋଟିଏ ବେଡ ଫାଙ୍କା କରିଦେବୁ, ରହିବେ। ମାତ୍ର ମୁଁ ଗଛ ମୂଳକୁ ଚାଲି ଆସିଲି। ଅନଶନ ଏବେ ବି ଜାରି ରହିଛି। ଭିତରକନିକାକୁ ନ୍ୟାୟ ନ ଦେବାକୁ ଚାଲିଥିବା ଯୋଜନାକୁ ପୂର୍ଣ୍ଣ ହେବାକୁ ଦିଆଯିବନି। ”

ସୂଚନାଯୋଗ୍ୟ, ଏସ୍‌ସିବିର ମେଡିସିନ ୱାର୍ଡରେ ବେଡ ନ ଥିବାରୁ ଜଣେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଶ୍ରୀକାନ୍ତଙ୍କୁ ସେଠାକୁ ନିଆଯିବ ବୋଲି କୁହାଯାଇଥିଲା । ମାତ୍ର ଶ୍ରୀକାନ୍ତ ଏହାକୁ ସିଧାସଳଖ ମନା କରି ଗଛ ମୂଳକୁ ଚାଲି ଆସି ସେଠାରେ ଆନ୍ଦୋଳନ ଜାରି ରଖିଛନ୍ତି। ଭିତରକନିକା ନ୍ୟାୟ ପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଶ୍ରୀକାନ୍ତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story