ଖୋର୍ଦ୍ଧା: କୂଅରେ ପଡ଼ି ଭାଇଭଉଣୀ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁରେ ଆଜି କୂଅରେ ପଡ଼ି ଭାଇଭଉଣୀଙ୍କର ମୃତ୍ୟୁ ଘଟିଛି। ମୃତ ଭାଇଭଉଣୀ ଦୁଇଜଣ ହେଲେ ମଧୁସ୍ମିତା ମହାପାତ୍ର ଓ ପ୍ରଭାତ ମହାପାତ୍ର। ବଜାରରୁ ବରା ଆଣି ଦୁହେଁ ସାଇକେଲରେ ଘରକୁ ଫେରୁଥିବାବେଳେ ରାସ୍ତା କଡ଼ରେ ଥିବା ଏକ ଖୋଲାକୂଅରେ ପଡ଼ିଯାଇଥିଲେ।

ପିଲାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ କୂଅ ପାଖକୁ ଯାଇ ଦେଖିଥିଲେ। କୂଅରେ ଭାଇଭଉଣୀଙ୍କ ମୃତଦେହ ପଡିଥିବା ଦେଖି ଉଦ୍ଧାର କରିଥିଲେ।