ଖୋଲା ଆକାଶ ତଳେ ପଡି ନଷ୍ଟ ହେଉଛି କୀର୍ତ୍ତିରାଜି

ଭୁବନେଶ୍ୱର: ତଳେ ପଡିଛି ବିରଳ ଓ ପୁରୁଣା କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି। କାରୁକାର୍ଯ୍ୟ ଓ ଓଡ଼ିଶାର ଭାସ୍କର୍ଯ୍ୟର ପରିଚୟ ଦେଉଥିବା କୀର୍ତ୍ତିରାଜି ଫୁଲକୁଣ୍ଡ ତଳେ ଥୁଆ ହୋଇଛି। ଖୋଲା ଆକାଶ ତଳେ, ଧୂଳି ଧୁସର ଜମି ଗୋଟିଏ କୋଣରେ ପଡି ପଡି ମୂର୍ତ୍ତି ସବୁ ଭାସ୍କର୍ଯ୍ୟ ହରାଇବାକୁ ବସିଲାଣି।  ଏମିତି କିଛି ଦେଖିବାକୁ ମିଳିଛି ଭୁବନେଶ୍ୱରରେ ଥିବା ରାଜ୍ୟ ମ୍ୟୁଜିୟମରେ। ଗତକାଲି ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଉପସ୍ଥାପିତ କରିଥିବା ସିଏଜି ରିପୋର୍ଟରେ ଯାହା ବିଶୋଦଗାର କରିଥିଲେ […]

museum

museum

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 09:06 PM IST

Sports

Latest News

museumଭୁବନେଶ୍ୱର: ତଳେ ପଡିଛି ବିରଳ ଓ ପୁରୁଣା କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି। କାରୁକାର୍ଯ୍ୟ ଓ ଓଡ଼ିଶାର ଭାସ୍କର୍ଯ୍ୟର ପରିଚୟ ଦେଉଥିବା କୀର୍ତ୍ତିରାଜି ଫୁଲକୁଣ୍ଡ ତଳେ ଥୁଆ ହୋଇଛି। ଖୋଲା ଆକାଶ ତଳେ, ଧୂଳି ଧୁସର ଜମି ଗୋଟିଏ କୋଣରେ ପଡି ପଡି ମୂର୍ତ୍ତି ସବୁ ଭାସ୍କର୍ଯ୍ୟ ହରାଇବାକୁ ବସିଲାଣି।  ଏମିତି କିଛି ଦେଖିବାକୁ ମିଳିଛି ଭୁବନେଶ୍ୱରରେ ଥିବା ରାଜ୍ୟ ମ୍ୟୁଜିୟମରେ। ଗତକାଲି ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଉପସ୍ଥାପିତ କରିଥିବା ସିଏଜି ରିପୋର୍ଟରେ ଯାହା ବିଶୋଦଗାର କରିଥିଲେ ତାହା ଅକ୍ଷରେ ଅକ୍ଷରେ ସତ ସାବ୍ୟସ୍ତ ହୋଇଛି।

ଦୁର୍ମୂଲ୍ୟ ଧାତୁ ଖଚିତ ରାଜକୀୟ ଦଣ୍ଡ ମଧ୍ୟ ତଳେ ପଡିଥିବା ଦେଖିବାକୁ ମିଳିଛି। କେବଳ କିଛି ତାଳପତ୍ର ଓ ପୋଥିର ସଂରକ୍ଷଣ ହୋଇଛି। କିଛି ବିରଳ ମୁଦ୍ରାର ମଧ୍ୟ ସଂରକ୍ଷଣ କାମ ଚାଲିଛି। ସିଏଜି ରିପୋର୍ଟ ଅନୁସାରେ ରାଜ୍ୟ ସଂଗ୍ରହାଳୟରେ ୩୯,୪୫୨ଟି ବିରଳ ମୂର୍ତ୍ତିର ପଞ୍ଜୀକରଣ କରାଯାଇନାହିଁ । ୮,୦୫୬ ବିରଳ ମୂର୍ତ୍ତିର ଫଟୋ ବି ଉଠାଯାଇନାହିଁ। ମାତ୍ର ୪ ପ୍ରତିଶତ ବିରଳ ମୂର୍ତ୍ତିକୁ ଗ୍ୟାଲେରୀରେ ପ୍ରଦର୍ଶନ କରାଯାଇଛି। ଗ୍ୟାଲେରୀ ନିର୍ମାଣ ପାଇଁ ୨୦୦୯ ରୁ ୨୦୧୨ ମଧ୍ୟରେ ଖର୍ଚ୍ଚ ହୋଇଛି ୩,୫୩,୦୦୦,୦୦ ଟଙ୍କା।

museumରାଜ୍ୟ ସଂଗ୍ରହାଳୟ ଅଧିକ୍ଷକ ଜୟନ୍ତୀ ରଥ କହିଛନ୍ତି,“ସବୁ କାର୍ଯ୍ୟ ଏକା ବେଳେ କରିବା ସମ୍ଭବ ନୁହେଁ, ଏଥିପାଇଁ ଆବଶ୍ୟକ ଅର୍ଥ ଆସିପାରିବ ନାହିଁ। ପର୍ଯ୍ୟାୟ କ୍ରମେ ସବୁ କାର୍ଯ୍ୟ ହେଉଛି। ଏବେ ଆମେ ପ୍ରତ୍ନତତ୍ତ୍ୱ, ନୃତତ୍ତ୍ୱ, ଲିପିତତ୍ତ୍ୱ ବିଭାଗ ଓ ମୁଦ୍ରା ବିଭାଗରେ ଥିବା ସାମଗ୍ରୀର ସଂରକ୍ଷଣ କାର୍ଯ୍ୟ କରୁଛୁ।”

ଐତିହାସିକ ଅଶୋକ ପଟ୍ଟନାୟକ କହିଛନ୍ତି,‘‘ସଂଗ୍ରହ ହୋଇ ପଡି ରହିଥିବାରୁ ଏହି କାରୁକାର୍ଯ୍ୟ ଗୁଡିକର ବିଶେଷତ୍ତ୍ୱ ଅବକ୍ଷୟ ହେବାକୁ ଲାଗିଲାଣି। ଯେତିକି ବି ଅଛି ତାହାକୁ ରସାୟନିକ ପ୍ରଲେପ ଦେଇ ରଖିଲେ ଦିନ ଆସିବ ସେଗୁଡିକ ମଧ୍ୟ ଆଉ ଦେଖିବାକୁ ମିଳିବ ନାହିଁ। ପରବର୍ତ୍ତୀ ପୀଢି ଏହାକୁ ଖୋଜିଲେ ଆଉ କିଛି ନ ଥିବ।”

ସିଏଜି ରିପୋର୍ଟ ମୁତାବକ ରାଜ୍ୟ ସଂଗ୍ରହାଳୟରୁ ୨୦୦୦, ୨୦୦୧ ଓ ୨୦୦୫ରେ ମୂଲ୍ୟବାନ୍‌ କାଂସ୍ୟ ପ୍ରତିମୂର୍ତ୍ତି, ବକ୍ର ଛୁରୀ, ଭାଗବତ ଗୀତମାଳା ଆଦି ଦ୍ରବ୍ୟ ଚୋରି ହୋଇଛି କିମ୍ବା ହଜି ଯାଇଛି। ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ମୂଲ୍ୟବାନ ମୁଦ୍ରା, ହାତୀ ଦାନ୍ତ କମକୁଟ କାର୍ଯ୍ୟ ଏବଂ ବିଭିନ୍ନ ମୂଲ୍ୟବାନ ମୁଦ୍ରା ଗ୍ୟାଲେରୀରେ ପ୍ରଦର୍ଶିତ ହୋଇପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos