ଖୋର୍ଦ୍ଧା: ସରକାରୀ ଯୋଜନା ସମ୍ପର୍କରେ ସଚେତନତା ଲାଗି ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ପୋଷ୍ଟର, ବ୍ୟାନର ଖତ ଖାଉଛି

ଖୋର୍ଦ୍ଧା: ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଆସୁଛି ଲକ୍ଷ ଲକ୍ଷ ଟଙ୍କ।ର ପୋଷ୍ଟର ଓ ବ୍ୟାନର। ମାତ୍ର ଏସବୁ ବ୍ୟବହାର ନ ହୋଇ ପଡ଼ିରହି ଖତ ଖାଉଛି। ଏଭଳି ଘଟଣା ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟରେ ଏଭଳି ବହୁ ପରିମାଣର ସାମଗ୍ରୀ ବ୍ୟବହାର ନ ହୋଇ ପଡିରହିଥିବା ସାଧାରଣରେ ଅଭିଯୋଗ ହେଉଛି। ଏଥିରେ ରହିଛି ଡେଙ୍ଗୁ, […]

khordha1

khordha1

Rakesh Mallick
  • Published: Friday, 09 October 2015
  • Updated: 09 October 2015, 03:24 AM IST

Sports

Latest News

khordha1ଖୋର୍ଦ୍ଧା: ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଆସୁଛି ଲକ୍ଷ ଲକ୍ଷ ଟଙ୍କ।ର ପୋଷ୍ଟର ଓ ବ୍ୟାନର। ମାତ୍ର ଏସବୁ ବ୍ୟବହାର ନ ହୋଇ ପଡ଼ିରହି ଖତ ଖାଉଛି। ଏଭଳି ଘଟଣା ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟରେ ଏଭଳି ବହୁ ପରିମାଣର ସାମଗ୍ରୀ ବ୍ୟବହାର ନ ହୋଇ ପଡିରହିଥିବା ସାଧାରଣରେ ଅଭିଯୋଗ ହେଉଛି। ଏଥିରେ ରହିଛି ଡେଙ୍ଗୁ, ବାତଜ୍ୱର, ମ୍ୟାଲେରିଆ, ଡାଇବେଟିସ୍ ଓ ଜଣ୍ଡିସ ଭଳି ରୋଗ ସମ୍ପର୍କିତ ପ୍ରଚାରପତ୍ର ଓ ବ୍ୟାନର।khordha

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାର ସର୍ଭେ ପାଇଁ ଆସିଥିବା ବହିଗୁଡିକ ମଧ୍ୟ ବ୍ୟବହାର କରାଯାଇନାହିଁ। ଏପରି କି ୨୦୦୮ରେ ସର୍ଭେ ବହି ସହିତ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀ ମାନଙ୍କ ପାଇଁ ଆସିଥିବା ପ୍ରଶିକ୍ଷଣ ପୁସ୍ତିକା ଗୁଡିକ ଗୋଦାମ ଭିତରେ ଖତ ଖାଉଛି। ସେହିପରି କୁଷ୍ଠ ନିରାକରଣ ଯୋଜନା ସମ୍ପର୍କିତ ହୋର୍ଡିଂ ଗୁଡିକ କାର୍ଯ୍ୟାଳୟ ବାରଣ୍ଡାରେ ପଡି ରହି ଉଇ ଲାଗି ଗଲାଣି। ତେବେ ଏହିସବୁ ପ୍ରଚାରପତ୍ର ଓ ବ୍ୟାନରକୁ ଯଥାଶୀଘ୍ର ବ୍ୟବହାର କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos