ବିଚ୍‌ ବଜାରରେ ଯୁବକଙ୍କୁ ହାଣିଲେ ୩ ଦୁର୍ବୃତ୍ତ

ଖୋର୍ଦ୍ଧା: ବିଚ୍‌ ବଜାରରେ ଜଣେ ଯୁବକକୁ ଭୁଜାଲିରେ ହାଣି ହତ୍ୟା। ଗତକାଲି ବିଳମ୍ୱିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ବଜାରରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଆଜି ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରେ ଏବେ ଏକ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଛି।

ଦଳେଇ ସାହିର ସଞ୍ଜୟ ମାଝି ହେଉଛି ଜଣେ ଫାଷ୍ଟଫୁଡ୍‌ ଦୋକାନୀ। ତାଙ୍କର ମିଲ୍‌ ଛକରେ ଫାଷ୍ଟଫୁଡ୍‌ ଦୋକାନ ରହିଛି।  ଗତକାଲି ବିଳମ୍ୱିତ ରାତିରେ ୩ ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ସଞ୍ଜୟଙ୍କ ମୃତ୍ୟୁ ଘଟିଥିଲା।