ଖୋର୍ଦ୍ଧା: ୨ ନାବାଳିକା ଜୀବନ୍ତ ଦଗ୍ଧ,ମା’ ଓ ଅଜା ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଡେଲାଙ୍ଗ ହରିରାଜପୁର କେଳାସାହିରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଜଣ ନାବାଳିକା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ସେମାନଙ୍କ ମା’ ଓ ଅଜା ପୋଡ଼ି ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ବଉଳ ଓ ଶୁଭଦ୍ରା। ସେମାନଙ୍କ ବୟସ ପ୍ରାୟ ୧୦ ବର୍ଷ  ହେବ।  ଆହତ ଦ୍ୱୟଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ହରିରାଜପୁର ଫାଣ୍ଡି ଏଏସ୍‌ଆଇ ବିଦ୍ୟାଧର ଭୋଳ କହିଛନ୍ତି, “ଗତକାଲି  ରାତି ପ୍ରାୟ ଗୋଟାଏ ପନ୍ଦର […]

k

k

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 05:02 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଡେଲାଙ୍ଗ ହରିରାଜପୁର କେଳାସାହିରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଜଣ ନାବାଳିକା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ସେମାନଙ୍କ ମା’ ଓ ଅଜା ପୋଡ଼ି ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ବଉଳ ଓ ଶୁଭଦ୍ରା। ସେମାନଙ୍କ ବୟସ ପ୍ରାୟ ୧୦ ବର୍ଷ  ହେବ।  ଆହତ ଦ୍ୱୟଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।

ହରିରାଜପୁର ଫାଣ୍ଡି ଏଏସ୍‌ଆଇ ବିଦ୍ୟାଧର ଭୋଳ କହିଛନ୍ତି, “ଗତକାଲି  ରାତି ପ୍ରାୟ ଗୋଟାଏ ପନ୍ଦର ବେଳେ ହରିରାଜପୁର କେଳାସାହିରେ ନିଆଁ ଲାଗିଯାଇଥିବା ମୁଁ ଖବର ପାଇଲି। ଆମେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ  ନିଆଁ ବହୁଜୋରରେ ବ୍ୟାପି ଯାଇଥିଲା। ଘରେ ଭିତରେ  ପଶି ଦୁଇ ନାବଳିକାକୁ ଉଦ୍ଧାର କରିବା ସମ୍ଭବ ନ ଥିଲା।  ଆମେ ଦମକଳ ବାହିନୀଙ୍କୁ ଖବର ଦେଇଥିଲୁ। ସେମାନେ ଆସି ନିଆଁକୁ ଆୟତ୍ତ କରିଥିଲେ।  ମଶା ଧୂପ ଓ ଡିବିରିରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।”

ମୃତକ ନାବାଳିକାଙ୍କ ମା’ କହିଛନ୍ତି, “ମୁଁ ରାତିରେ ଘରେ ଶୋଇଥିଲି। ହଠାତ୍ ଉଠି ଦେଖିଲା ବେଳକୁ ମୋ ଘରେ ନିଆଁ ଲାଗିଯାଇଥିଲା। ମୁଁ ବାହାରକୁ ଦୌଡି ପଳାଇଆସିଥିଲି। ମୋର ଚେତା ପଳାଇଯାଇଥିଲା। ଘରେ ଥିବା ମୋ ଦୁଇ ଝିଅଙ୍କୁ ମୁଁ ଉଦ୍ଧାର କରିପାରି ନ ଥିଲି।  ନିଆଁରେ ଦୁଇ ଝିଅ ପୋଡ଼ିଯାଇଛନ୍ତି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos