ସବୁ ସ୍କୁଲ ଛାତ୍ରୀଙ୍କୁ ସରକାର ଯୋଗାଇପାରିବେନି ନାପ୍‌କିନ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ସ୍କୁଲରେ ପଢ଼ୁଥିବା ଛାତ୍ରୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ ନାହିଁ “ଖୁସି” ଯୋଜନାରେ ନାପ୍‌କିନ୍‌। କେବଳ ଅନୁଦାନ ପ୍ରାପ୍ତ ସ୍କୁଲ୍‌ରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ନାପ୍‌କିନ୍‌ ଯୋଗାଇ ଦିଆଯିବ। ଆଜି ବିଧାନସଭାରେ ଏହି ସୂଚନା ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ତେବେ ଏଠି ପ୍ରଶ୍ନ ଉଠୁଛି ‘ଖୁସି’ ଯୋଜନାରେ ପାତର ଅନ୍ତର କାହିଁକି? କଣ ପାଇଁ ଅଣ ଅନୁଦାନପ୍ରାପ୍ତ ସ୍କୁଲ ଛାତ୍ରୀଙ୍କୁ ଯୋଗାଇଦିଆଯିବ ନାହିଁ ନାପ୍‌କିନ୍‌? ରାଜ୍ୟରେ ବର୍ତ୍ତମାନ ପ୍ରାୟ ୨ […]

napkin

napkin

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 05:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ସ୍କୁଲରେ ପଢ଼ୁଥିବା ଛାତ୍ରୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ ନାହିଁ “ଖୁସି” ଯୋଜନାରେ ନାପ୍‌କିନ୍‌। କେବଳ ଅନୁଦାନ ପ୍ରାପ୍ତ ସ୍କୁଲ୍‌ରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ନାପ୍‌କିନ୍‌ ଯୋଗାଇ ଦିଆଯିବ। ଆଜି ବିଧାନସଭାରେ ଏହି ସୂଚନା ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ତେବେ ଏଠି ପ୍ରଶ୍ନ ଉଠୁଛି ‘ଖୁସି’ ଯୋଜନାରେ ପାତର ଅନ୍ତର କାହିଁକି? କଣ ପାଇଁ ଅଣ ଅନୁଦାନପ୍ରାପ୍ତ ସ୍କୁଲ ଛାତ୍ରୀଙ୍କୁ ଯୋଗାଇଦିଆଯିବ ନାହିଁ ନାପ୍‌କିନ୍‌?

ରାଜ୍ୟରେ ବର୍ତ୍ତମାନ ପ୍ରାୟ ୨ ଲକ୍ଷ ୬୭ ହଜାର ୪ ଶହ ଛାତ୍ରୀ ଅଣଅନୁଦାନ ପ୍ରାପ୍ତ ସ୍କୁଲରେ ପଢ଼ୁଛନ୍ତି। ୫୧ଟି ଭିନ୍ନକ୍ଷମ ସ୍କୁଲରୁ ଅନେକେ ଅନୁଦାନ ପ୍ରାପ୍ତ ହୋଇନାହାନ୍ତି। ତେଣୁ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ସ୍କୁଲ ମଧ୍ୟରେ ପାତରଅନ୍ତର ନକରି ସେମାନଙ୍କୁ ମଧ୍ୟ ମାଗଣାରେ ନାପ୍‌କିନ୍‌ ଯୋଗାଇବା ପାଇଁ ବ୍ୟବସ୍ଥା କରିବେ କି ବୋଲି ବିଧାନସଭାରେ ଭୂଜବଳ ମାଝୀ ପ୍ରଶ୍ନ କରିଥିଲେ। ସେହିପରି ବିଜେଡି ବିଧାୟକ ସମୀର ଦାଶ ମଧ୍ୟ ଏହି ଯୋଜନା ଅଧୀନରେ ସମସ୍ତ ସ୍କୁଲ ଓ ସ୍କୁଲ ଯାଉନଥିବା ଝିଅଙ୍କୁ ନାପ୍‌କିନ୍‌ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ କି ବୋଲି ପ୍ରଶ୍ନ କରିଥିଲେ। ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos