ଅଚ୍ୟୁତଙ୍କ ପିଛା ଛାଡ଼ୁନି ପୁଷ୍ୟାଭିଷେକ ବିବାଦ: ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଗଜପତିଙ୍କ ପୁଷ୍ୟାଭିଷେକ ନୀତି ଢାଞ୍ଚାରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିବାଦୀୟ ଅଭିଷେକକୁ ନେଇ କୋର୍ଟରେ ମାମଲା। ଅଚ୍ୟୁତ ସାମନ୍ତ ଓ କିଟ୍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟିଙ୍କ ସହ ୧୫ ଜଣଙ୍କ ନାଁରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଜଣେ ଆଇନଜୀବୀଙ୍କ ପକ୍ଷରୁ ଦାଏର ପିଟିସନ୍ ଆଧାରରେ ମାମଲା ରୁଜୁ ହୋଇଛି। ଗତ ପୁଷ୍ୟା ନକ୍ଷତ୍ର ତିଥିରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପୁରୀ ଗଜପତିଙ୍କ ଭଳି ଅଭିଷେକ ହୋଇଥିଲେ। ଯାହାର ଦୃଶ୍ୟ ସୋସିଆଲ […]

kiit jagannath temple

kiit jagannath temple

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 11:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଗଜପତିଙ୍କ ପୁଷ୍ୟାଭିଷେକ ନୀତି ଢାଞ୍ଚାରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିବାଦୀୟ ଅଭିଷେକକୁ ନେଇ କୋର୍ଟରେ ମାମଲା। ଅଚ୍ୟୁତ ସାମନ୍ତ ଓ କିଟ୍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟିଙ୍କ ସହ ୧୫ ଜଣଙ୍କ ନାଁରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଜଣେ ଆଇନଜୀବୀଙ୍କ ପକ୍ଷରୁ ଦାଏର ପିଟିସନ୍ ଆଧାରରେ ମାମଲା ରୁଜୁ ହୋଇଛି।

ଗତ ପୁଷ୍ୟା ନକ୍ଷତ୍ର ତିଥିରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପୁରୀ ଗଜପତିଙ୍କ ଭଳି ଅଭିଷେକ ହୋଇଥିଲେ। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏମିତିକି ଜୋରଦାର ବିରୋଧ ପରେ ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଅଚ୍ୟୁତ। ତେବେ ଆଜିର ମାମଲା ସମ୍ପର୍କରେ ଅଚ୍ୟୁତ ସାମନ୍ତ କିମ୍ବା କିଟ୍ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos