ଓଡ଼ିଶା ନଲେଜ୍ ହବ୍ ଲେକଚର ସିରିଜର ପ୍ରଥମ ବୈଠକ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ନଲେଜ୍ ହବ୍ ଲେକଚର ସିରିଜର ପ୍ରଥମ ବୈଠକ ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆରବିଆଇର ସେଣ୍ଟ୍ରାଲ ବୋର୍ଡ ମେମ୍ୱର ନଚିକେତ ମୋର ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଭାରତରେ ଅର୍ଥ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ’ ଶୀର୍ଷକରେ ବକ୍ତବ୍ୟ ରଖିଛନ୍ତି। ବିଶେଷ କରି ସରକାରୀ କାର୍ଯ୍ୟକ୍ରମ କିପରି ନୂଆ ଢଙ୍ଗରେ ଲୋକାଭିମୁଖୀ ହୋଇପାରିବ ସେ ନେଇ ଆଲୋଚନା ହେଉଛି।

ବୈଠକରେ ଅର୍ଥ, ପଞ୍ଚାୟତରାଜ, ଶକ୍ତି, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ରାଜ୍ୟ ସରକାରଙ୍କ ସବୁ ବିଭାଗର ସଚିବମାନେ ଉପସ୍ଥିତ ଅଛନ୍ତି। ସେହିପରି ୩୦ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି।

ଗୁରୁବାର ଓଡ଼ିଶା ନଲେଜ୍ ହବ୍ ଲେକଚର ସିରିଜର ଲୋଗୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ।