ସମୁଦ୍ରରେ ବୁଡ଼ି ଯୁବତୀ ମୃତ

କୋଣାର୍କ: କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡ଼ି ଜଣେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ମୃତ୍ୟ ପର୍ଯ୍ୟଟକ ହେଉଛନ୍ତି ବେଙ୍ଗାଲୁରୁର ମନସା ଏନ୍‌।

ବେଙ୍ଗାଲୁରୁରୁ ୫ ଜଣ ଯୁବତୀ ଓ ୩ ଜଣ ଯୁବକ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରେ ତାଲିମ୍‌ ନେବାକୁ ଆସିଥିଲେ। ପରେ କୋଣାର୍କ ବୁଲିବାକୁ ଯାଇ ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଥିଲା।