ଆଜିଠୁ ଆରମ୍ଭ ହେଉଛି କୋଣାର୍କ ମହୋତ୍ସବ

କୋର୍ଣାକ: ଆଜିଠାରୁ ୫ ଦିନ ବ୍ୟାପୀ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଏବଂ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ଦୁଲୁକିବ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ। ଏଥିପାଇଁ କୋଣାର୍କ ସହର ଓ ଚନ୍ଦ୍ରଭାଗା ବେଳାଭୂମିକୁ ନୂଆ ରୂପରେ ସଜାଯାଇଛି। ବିଶେଷ କରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜା, ତୋରଣ ନିର୍ମାଣ, ଆଲୋକସଜ୍ଜା ଏବଂ ବାଲୁକା କଳା ପ୍ରଦର୍ଶନ ପାଇଁ ବ୍ୟାରିକେଡ୍ ନିର୍ମାଣ ହୋଇଛି। ଭୁବନେଶ୍ୱରର ନୁପୁର ଡ୍ୟାନ୍ସ ଏକାଡେମୀ […]

hh

hh

Rakesh Mallick
  • Published: Friday, 01 December 2017
  • Updated: 01 December 2017, 08:52 AM IST

Sports

Latest News

କୋର୍ଣାକ: ଆଜିଠାରୁ ୫ ଦିନ ବ୍ୟାପୀ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଏବଂ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ଦୁଲୁକିବ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ। ଏଥିପାଇଁ କୋଣାର୍କ ସହର ଓ ଚନ୍ଦ୍ରଭାଗା ବେଳାଭୂମିକୁ ନୂଆ ରୂପରେ ସଜାଯାଇଛି। ବିଶେଷ କରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜା, ତୋରଣ ନିର୍ମାଣ, ଆଲୋକସଜ୍ଜା ଏବଂ ବାଲୁକା କଳା ପ୍ରଦର୍ଶନ ପାଇଁ ବ୍ୟାରିକେଡ୍ ନିର୍ମାଣ ହୋଇଛି। ଭୁବନେଶ୍ୱରର ନୁପୁର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ  ନୃତ୍ୟ ଏବଂ ମାଲେସିଆ କଳାକାରଙ୍କ ଦ୍ୱାରା ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଚଳିତବର୍ଷ ୮ଜଣ ବିଦେଶୀ ଓ ୬୨ଜଣ ଭାରତୀୟ  ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ। ବାଲୁକା କଳା ପାଇଁ ୪୧ଟି ଷ୍ଟଲ ନିର୍ମାଣ କରାଯାଇଛି। କୋଣାର୍କଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ଅଧିକ ଆକର୍ଷିତ କରିବା ପାଇଁ  ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀ ଓ ଭୁବନେଶ୍ୱରରୁ କୋଣାର୍କ ଯିବା ପାଇଁ ସ୍ୱତନ୍ତ୍ର ଟୁର୍‌  ପ୍ୟାକେଜ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos