କୋଣାର୍କରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ଇଣ୍ଡିଆ ସର୍ଫ ଫେଷ୍ଟିଭାଲ୍‌

କୋଣାର୍କ: କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚମ ଅନ୍ତର୍ଜାତୀୟ ଇଣ୍ଡିଆ ସର୍ଫ ଫେଷ୍ଟିଭାଲ। ଏଥିରେ ଭାରତ ସମେତ ୧୫ଟି ଦେଶର ୨୫୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୭୦ ଜଣ ଭାରତୀୟ ସର୍ଫର ଅଛନ୍ତି। ଏହି ଜଳ କ୍ରୀଡ଼ା ୩ ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି। ରାମଚଣ୍ଡୀ ବେଳାଭୂମିର ନୀଳ ଢ଼େଉରେ କ୍ରୀଡ଼ାବିତମାନେ ଷ୍ଟାଣ୍ଡ ଅପ୍‌ ପେଡାଲ, ସ୍କିମ୍‌ ବୋର୍ଡିଂ, ସର୍ଫିଂ ଯୋଗ, ସି-ସର୍ଫିଙ୍ଗ ଭଳି ବିଭିନ୍ନ ଦୁଃସାହାସିକ କ୍ରୀଡ଼ା […]

konark

konark

Rakesh Mallick
  • Published: Saturday, 12 November 2016
  • Updated: 12 November 2016, 09:17 PM IST

କୋଣାର୍କ: କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚମ ଅନ୍ତର୍ଜାତୀୟ ଇଣ୍ଡିଆ ସର୍ଫ ଫେଷ୍ଟିଭାଲ। ଏଥିରେ ଭାରତ ସମେତ ୧୫ଟି ଦେଶର ୨୫୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୭୦ ଜଣ ଭାରତୀୟ ସର୍ଫର ଅଛନ୍ତି। ଏହି ଜଳ କ୍ରୀଡ଼ା ୩ ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି।

ରାମଚଣ୍ଡୀ ବେଳାଭୂମିର ନୀଳ ଢ଼େଉରେ କ୍ରୀଡ଼ାବିତମାନେ ଷ୍ଟାଣ୍ଡ ଅପ୍‌ ପେଡାଲ, ସ୍କିମ୍‌ ବୋର୍ଡିଂ, ସର୍ଫିଂ ଯୋଗ, ସି-ସର୍ଫିଙ୍ଗ ଭଳି ବିଭିନ୍ନ ଦୁଃସାହାସିକ କ୍ରୀଡ଼ା ପ୍ରଦର୍ଶନ କରୁଛନ୍ତି। ଏଭଳି ଆକର୍ଷଣୀୟ ଜଳକ୍ରୀଡ଼ା ଦେଖିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ରେଞ୍ଜର୍ସ ଆଡ୍‌ଭେଞ୍ଚର ଫାଉଣ୍ଡେସନ୍‌ ଓ ସର୍ଫିଙ୍ଗ୍‌ ୟୋଗର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମକୁ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି,“ସର୍ଫ ଫେଷ୍ଟିଭାଲରେ ଆର୍ଜେଣ୍ଟିନା, ଫିଲିପାଇନ୍ସ ପ୍ରମୁଖ ଦେଶରେ କ୍ରୀଡ଼ାବିତମାନେ ଭାଗ ନେଇଛନ୍ତି। ଏହି ଫେଷ୍ଟିଭାଲ ଆମକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇପାରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos