କୋଣାର୍କ: ସୂର୍ଯ୍ୟ ମନ୍ଦିରରେ ପୁଣି ମହୁମାଛି ଆତଙ୍କ, ୧୫ ଆହତ

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଆଜି ପୁଣି ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଦଂଶନରେ ୧୫ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇଜଣ ଛତିଶଗଡ଼ର ପର୍ଯ୍ୟଟକ ରହିଛନ୍ତି। ଏମାନଙ୍କ ଭିତରେ କିଛି ମହିଳା ଓ ଶିଶୁ ବି ଅଛନ୍ତି। ସମସ୍ତ ଆହତକୁ କୋଣାର୍କ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ସ୍ଥିତି ଏଭଳି ହୋଇଥିଲା ଯେ, ମହୁମାଛି ଭୟରେ ଆଜି କିଛି ସମୟ ପାଇଁ ଟିକେଟ୍‌ ବିକ୍ରି ବନ୍ଦ କରିଦିଆଯାଇଥିଲା। ଗତକାଲି ମହୁମାଛି ଆକ୍ରମଣରେ ୪ଜଣ […]

honey

honey

Rakesh Mallick
  • Published: Tuesday, 09 February 2016
  • Updated: 09 February 2016, 04:16 PM IST

Sports

Latest News

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଆଜି ପୁଣି ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଦଂଶନରେ ୧୫ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇଜଣ ଛତିଶଗଡ଼ର ପର୍ଯ୍ୟଟକ ରହିଛନ୍ତି। ଏମାନଙ୍କ ଭିତରେ କିଛି ମହିଳା ଓ ଶିଶୁ ବି ଅଛନ୍ତି। ସମସ୍ତ ଆହତକୁ କୋଣାର୍କ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ସ୍ଥିତି ଏଭଳି ହୋଇଥିଲା ଯେ, ମହୁମାଛି ଭୟରେ ଆଜି କିଛି ସମୟ ପାଇଁ ଟିକେଟ୍‌ ବିକ୍ରି ବନ୍ଦ କରିଦିଆଯାଇଥିଲା। ଗତକାଲି ମହୁମାଛି ଆକ୍ରମଣରେ ୪ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହ ବହୁ ଲୋକ ଆହତ ହୋଇଥିଲେ।

ଆଜି ସକାଳେ ବହୁ ସଂଖ୍ୟାରେ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିସରରେ ବୁଲୁଥିବା ବେଳେ ପୁଣି ମହୁମାଛି ଆକ୍ରମଣ କରିଥିଲେ। ଫଳରେ ମନ୍ଦିରର ପରିସରରେ ଭୟର ବାତାବରଣ ଖେଳିଯାଇଥିଲା। ଯିଏ ଯୁଆଡେ ପାରିଲେ ଦୌଡିବାକୁ ଲାଗିଥିଲେ। ମନ୍ଦିର ଉପର ପୀଢରେ ଥିବା ଏକ ମହୁଫେଣାକୁ ମାଙ୍କଡ ଭାଙ୍ଗି ଦେବାରୁ ମହମାଛି ଆକ୍ରମଣ କରିଥିଲେ।

ଆଜି ପୁଣି ମହୁମାଛି ଆତଙ୍କ ଦେଖାଯିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ଠିକଣା ସମୟରେ ମନ୍ଦିର ବେଢାରେ ଥିବା ମହୁଫେଣା ଭଙ୍ଗା ନ ଯିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଶୀଘ୍ର ମନ୍ଦିରରୁ ମହୁଫେଣା ସମ୍ପୂର୍ଣ୍ଣ ହଟାଯିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos