କୋଣାର୍କ ମନ୍ଦିରରେ ବର୍ଦ୍ଧିତ ପ୍ରବେଶ ଫି’ ଲାଗୁ

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରରେ ଆଜିଠାରୁ ବର୍ଦ୍ଧିତ ପ୍ରବେଶ ଫି’ ଲାଗୁ ହୋଇଛି। ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ୩୦ ଟଙ୍କା ରହିଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୫୦୦ ଟଙ୍କା ରଖାଯାଇଛି। ପୂର୍ବରୁ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୧୦ ଟଙ୍କା ଥିବା ବେଳେ ବିଦେଶୀମାନଙ୍କ ପାଇଁ ୨୫୦ ଟଙ୍କା ଥିଲା। ତେବେ ସ୍ଥାନୀୟ ଲୋକେ ଶନିବାର ନିଃଶୁଳ୍କ କୋଣାର୍କ ମନ୍ଦିର ପରିସରକୁ ପ୍ରବେଶ କରି ପାରିବେ ବୋଲି ଆଜି ପ୍ରଶାସନ ପକ୍ଷରୁ କୁହାଯାଇଛି।  ସମିତିର ଆନ୍ଦୋଳନ ଯୋଗୁଁ ଦେଢ଼ମାସ ହେଲା ଫି’ ବୃଦ୍ଧି ନିଷ୍ପତ୍ତି ସ୍ଥଗିତ ରଖାଯାଇଥିଲା।