କୁନ୍ଦୁଲି ପୀଡ଼ିତାଙ୍କୁ ଟଙ୍କା ଯାଚିଥିଲେ ଡିଜିପି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣବଳାତ୍କାର ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆରୋପ ପ୍ରତ୍ୟାରୋପ ଭିତରେ ଆଜି ପୀଡ଼ିଆ ଆଉ ଏକ ବିବାଦ ଯୋଡ଼ିଛନ୍ତି। ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଟଙ୍କା ଯଚା ଯାଇଥିଲା। ପୁଣି ରାଜ୍ୟ ପୋଲିସ୍‌ ମୁଖିଆ ବା ପୋଲିସ ଡିଜି ଏହି ଟଙ୍କା ଯାଚିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି କୁନ୍ଦୁଲି ପୀଡ଼ିତା। ମାତ୍ର ପୀଡ଼ିତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା।

ପୀଡ଼ିତା କହିଛନ୍ତି-“ମେଡ଼ିକାଲରେ ଚିକିତ୍ସା ସମୟରେ ପୋଲିସ ମୋତେ ନିର୍ଯାତନା ଦେଉଥିଲା। ଏପରିକି ଗାଳି ଦିଆଯାଇଛି। କାଉନ୍‌ସେଲିଂ ସମୟରେ ମଧ୍ୟ ନିର୍ଯାତନା ଦିଆଯାଉଥିଲା। ଘଣ୍ଟାଘଣ୍ଟା ଧରି ପଚରାଉଚରା କରାଯାଉଥିଲା। ମୁହଁ ବନ୍ଦ ରଖିବା ପାଇଁ କୁହାଯାଇଥିଲା। ଏଥିପାଇଁ ଏକ କାଗଜରେ ଦସ୍ତଖତ ଦେଇ ୯୦,୦୦୦ ଟଙ୍କା ଯଚା ଯାଇଥିଲା। ପରିବାର ଲୋକେ ଆସିଲେ ଦସ୍ତଖତ କରିବି ବୋଲି କହି ଟଙ୍କା ଫେରାଇ ଦେଇଥିଲି। ଏହି ଟଙ୍କା, ପୋଲିସ ଡିଜି ଦେଇଥିଲେ। ମୋତେ ନ୍ୟାୟ ଦରକାର ଟଙ୍କା ଦରକାର ନାହିଁ।”

ସେ କହିଛନ୍ତି-“ଦୋଷୀ ଯିଏ ଖୋଲା ଆକାଶ ତଳେ ବୁଲୁଛି। ମାତ୍ର ବିନା ଦୋଷରେ ମୋର ସମ୍ପର୍କୀୟମାନଙ୍କୁ ଘନଘନ ଥାନାକୁ ଆଣି ଜେରା କରାଯାଉଛି। ଯେଉଁ ବ୍ୟକ୍ତିମାନେ ଏପରି ଜଘନ୍ୟ କାମ କରିଛନ୍ତି, ସେମାନଙ୍କ ମଧ୍ୟରୁ ଜଣକୁ ଚିହ୍ନିଛି। ମାତ୍ର ପୋଲିସ ମୋତେ ସେହି ସୁଯୋଗ ଦେଉନାହିଁ।”

ପାଠ ପଢ଼ିବା ନେଇ ପୀଡ଼ିତା କହିଛନ୍ତି-“ଅଜଣା ସ୍କୁଲରେ ପାଠ ପଢ଼ିଲେ କେହି ଜାଣିପାରିବେ ନାହିଁ। ଏହା ସତ, ମାତ୍ର ସେଠାରେ ସମସ୍ତଙ୍କ ଆଗରେ ମୋର କିଛି ହୋଇନାହିଁ ବୋଲି ବାରମ୍ୱାର କୁହାଯାଉଥିଲା। ଯାହାଫଳରେ ସାଙ୍ଗ ସାଥୀମାନେ ବାରମ୍ୱାର କଣ ହୋଇଛି ବୋଲି ପଚାରୁଥିଲେ? କାହାକୁ କେତେ ଉତ୍ତର ଦେବି। ସେଥିପାଇଁ ସ୍କୁଲ ଯିବାକୁ ମନା କରିଦେଇଥିଲି।”

ପୀଡ଼ିତାଙ୍କ ଏହି ଟଙ୍କା ବୟାନ ଅଭିଯୋଗର ଉତ୍ତର ରଖିଛନ୍ତି ଓଡ଼ିଶା ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ସେ କହିଛନ୍ତି-“ମୁଁ ପୀଡ଼ିତାଙ୍କୁ ଆଦୌ ଭେଟିନାହିଁ। ପୀଡ଼ିତା ଯାହା ଅଭିଯୋଗ କରୁଛନ୍ତି, ତାହା ସଂପୂର୍ଣ୍ଣ ମିଛ।”

ଆହୁରି ପଢ଼ନ୍ତୁ

ତିନି ଦିନ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଉପନିର୍ବାଚନବେଳେ ବାଲେଶ୍ୱରରେ ବିଜେଡିକୁ ଝଟକା

+୨ ଅପ୍ସନାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା

ଥଇଥାନ ହେବେ ଅସିତ୍ , ସୁରେଶ ପରବର୍ତ୍ତୀ ସିଏସ୍ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ଝଟକା ଦେଇ ମଲମ !

‘ଓଟିଭି’ ସାମ୍ବାଦିକଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ NUJର ଉଦବେଗ

ବଗଲା ଧର୍ମଶାଳା ଜମି ବିବାଦ, ହାଇକୋର୍ଟରେ ସରକାରଙ୍କ ମିଥ୍ୟା ସତ୍ୟପାଠ!

‘ଜନଜାତି ବିକାଶ ପାଇଁ ଓଡ଼ିଶାକୁ ୩ବର୍ଷରେ ୧୬୫୬କୋଟି ଟଙ୍କା ଅନୁଦାନ’

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସର୍ଭେ ପର୍ଦ୍ଦାଫାସ ପରେ ଦେଢ଼ ବର୍ଷ ତଳର କେସ ଖୋଳତାଡ଼ !