କୋରାପୁଟ: କାବ୍ରିବାଡ଼ି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା କାବ୍ରିବାଡ଼ି ଜଙ୍ଗଲରୁ ଶୁକ୍ରାବର ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସମେତ ମାଓସାମଗ୍ରୀ ଜବତ ହୋଇଛି। ବିଏସଏଫ୍ ପକ୍ଷରୁ କମ୍ୱିଂ ଚାଲିଥିବା ବେଳେ ୬ଟି ବନ୍ଧୁକ, ୧୭ଟି ଡିଟୋନେଟର ଓ ୧୦ଟି ଜିଲୋଟିନ ଷ୍ଟିକ୍ ଜବତ ହୋଇଛି।

କୌଣସି ଏକ ବଡ଼ ଧରଣର ଆକ୍ରମଣ ପାଇଁ ମାଓବାଦୀମାନେ ଏସବୁ ବିସ୍ଫୋରକକୁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ବିଏସଏଫ୍ ୧୧୮ ବାଟାଲିୟନ୍ ପକ୍ଷରୁ ଏବେ ବି ସେଠାରେ କମ୍ୱିଂ ଅପରେସନ୍ ଜାରି ରହିଛି।