୨ ଲକ୍ଷ ଟଙ୍କା ଲାଞ୍ଚ ନେଇ କୋରାପୁଟ ପିଏଚ୍‌ଡିର ନିର୍ବାହୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ପିଏଚ୍‌ଡିର ନିର୍ବାହୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ନାୟକ। ତାଙ୍କୁ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ନିକଟସ୍ଥ ଏକ ହୋଟେଲ୍‌ରୁ ଗିରଫ କରାଯାଇଛି। ଲାଞ୍ଚ ଟଙ୍କା ସହିତ ତାଙ୍କ ଠାରୁ ଆହୁରି ଲକ୍ଷେ ପାଞ୍ଚ ହଜାର ଟଙ୍କା ଜବତ କରାଯାଇଛି।

କୁଳମଣି ସାହୁ ନାମକ ଜଣେ କଣ୍ଟ୍ରାକ୍ଟରଙ୍କର ୩୦ ଲକ୍ଷ ଟଙ୍କାର ବକେୟା ବିଲ୍ ପାସ୍ କରି ଦେବା ପାଇଁ ସେ ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଛି।