କୋରାପୁଟ: ତିନି ଠିକାଦାର କ୍ୟାମ୍ପ ଓ ୮ ଗାଡ଼ି ପୋଡ଼ିଦେଲେ ମାଓବାଦୀ

mao posterକୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅର୍ନ୍ତଗତ ଟାଉପଦର ବାରାବନ୍ଧ ଏବଂ କାଟୁଗୁଡ଼ାରେ ତିନୋଟି ଠିକାଦାର କ୍ୟାମ୍ପକୁ ମାଓବାଦୀ ପୋଡ଼ି ଦେଇଛନ୍ତି। କ୍ୟାମ୍ପରେ ଥିବା ଟ୍ରାକ୍ଟର, ଜେସିବି, ପୋକଲିନ୍ ସମେତ ୮ଟି ଗାଡ଼ିକୁ  ମାଓବାଦୀ ପୋଡିଦେଇଛନ୍ତି।  ଟାଉପଦର କ୍ୟାମ୍ପରେ ଥିବା କିଛି ଲୋକଙ୍କୁ ମଧ୍ୟ ମାଓବାଦୀମାନେ  ଆକ୍ରମଣ କରିଥିବା ସୂଚନା ମିଳିଛି। ଆକ୍ରମଣ ପରେ ମାଓବାଦୀ ଏକ ପୋଷ୍ଟର ମଧ୍ୟ ଛାଡିଯାଇଛନ୍ତି।  ଏଥିରେ ଦେଓମାଳୀ ପାହଡ଼କୁ ହେଉଥିବା ରାସ୍ତାକୁ ସେମାନେ ବିରୋଧ କରିଛନ୍ତି। ଗତକାଲି ଶହେରୁ ଅଧିକ ମାଓବାଦୀ ଆସି କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ।