ବାପା କଥା ନମାନି ବିଦ୍ୟୁତ୍ ଖୁଣ୍ଟି ଉପରକୁ ଚଢ଼ିଗଲା ଅମାନିଆ ପୁଅ, ପରିଣତି ହୃଦୟ ବିଦାରକ

ଜୟପୁର (ଟି. ଗୌରୀଶଙ୍କର): ବାପାଙ୍କ କଥା ନଶୁଣି ସିଧା ଚଢ଼ିଗଲା ରେଲୱେ ବିଦ୍ୟୁତ ଖୁଣ୍ଟି ଉପରକୁ। ଆଉ ଘଟଣାସ୍ଥଳରେ ସର୍ଟସର୍କିଟ୍ ଯୋଗୁ ଚାଲିଗଲା ୧୫ ବର୍ଷୀୟ ନାବାଳକର ଜୀବନ। ଆଜି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ୍ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଭନସୁଲିରେ।

ଭନସୁଲି ରେଲୱେ ଲାଇନରେ ଥିବା ରେଲୱେ ଖୁଣ୍ଟି ଉପରକୁ ଚଢ଼ି ଯାଇଥିଲେ ଏହି ବାଳକ। ବାପା ମନା କରିବା ସତ୍ତ୍ୱେ ବାଳକଟି କିଛି ଶୁଣିନଥିଲା। ଯାହା ଫଳରେ ସର୍ଟସର୍କିଟ୍ କାରଣରୁ ନାବାଳକର ମୃତ୍ୟ ହୋଇଛି। ମୃତ ନାବାଳକ ହେଉଛନ୍ତି ଡଙ୍ଗରିଗୁଡ଼ା ଗ୍ରାମର ବନବାସୀ ଅମନାତ୍ୟ।

ଏଭଳି ହୃଦୟ ବିଦାରକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ କୋଟପାଡ଼ ପୁଲିସ୍ ଓ ରେଲୱେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।