କୃଷି ବଜେଟ୍ ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: କୃଷି ବଜେଟ୍ ପ୍ରସ୍ତୁତି ନେଇ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦିନରେ ଆସିବାକୁ ଥିବା କୃଷି ବଜେଟର ରୂପରେଖ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହାସହ ରାଜ୍ୟରେ ଉତ୍ପାଦନ କ୍ଷମତା ବୃଦ୍ଧି, ମରୁଡ଼ି ମୁକାବିଲା ଓ ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ କୃଷି, ଶକ୍ତି, ଜଳସେଚନ ଏବଂ ମତ୍ସ ଓ ପଶୁସମ୍ପଦ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

୨୦୧୫-୧୬ରେ କୃଷି ବଜେଟ୍ ଥିଲା ୧୦,୯୦୩ . ୬୨କୋଟି। ତେବେ ଏବର୍ଷ ରାଜ୍ୟରେ ମରୁଡ଼ି ପରିସ୍ଥିତି ଦେଖାଦେଇଥିବାରୁ ଏଥର ବଜେଟ୍ ପରିମାଣ ବୃଦ୍ଧି ହୋଇପାରେ।