ଚଳିତବର୍ଷ କୃଷି ବଜେଟରେ ବଢ଼ିପାରେ ବ୍ୟୟ ବରାଦ

ଭୁବନେଶ୍ୱର: ଚଳିତବର୍ଷ କୃଷି ବଜେଟ୍ ପାଇଁ ବଢ଼ିପାରେ ବ୍ୟୟବରାଦ। ମରୁଡ଼ି ସ୍ଥିତି ଦୃଷ୍ଟିରୁ ଫୋକସରେ ରହିଥିଲା କୃଷିକ୍ଷେତ୍ର। ସ୍ୱତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତି ନେଇ ଆଜି ଏ ସମ୍ପର୍କରେ ୫ଟି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। କୃଷି ଉତ୍ପାଦନ ବୃଦ୍ଧି, ଅଣଧାନ ଫସଲ, ଚାଷୀଙ୍କୁ ସହଜରେ ଋଣ ପ୍ରଦାନ ଓ ଜଳସେଚନ ବୃଦ୍ଧି, କୃଷି, ସବସିଡ ଓ ପ୍ରୋତ୍ସାହନ ରାଶି ପ୍ରଦାନ ଢାଞ୍ଚା ସରଳୀକରଣ ଉପରେ ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି।

ସେହିପରି ବିସ୍ତୃତ କୃଷିବୀମା ଯୋଜନା ଆରମ୍ଭ କରାଯିବ। ଏଥିସହିତ କୃଷି ସହିତ ସମ୍ପର୍କ ଥିବା ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଏ ନେଇ ଆଜି କୃଷି, ସମବାୟ, ଜଳସମ୍ପଦ, ଶକ୍ତି ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅଧୀକାରୀଙ୍କୁ ନେଇ ବିସ୍ତୃତ ଆଲୋଚନା ହୋଇଥିବା ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ପି. କ୍ରିଷ୍ଣମୋହନ କହିଛନ୍ତି।

ଗତବର୍ଷ ସ୍ୱତନ୍ତ୍ର କୃଷି ବଜେଟରେ ୧୦ ହଜାର ୯୦୩ କୋଟି ବ୍ୟୟବରାଦ କରାଯାଇଥିଲା। ରାଜ୍ୟ ସରକାର କୃଷି ଉପରେ ଗୁରୁତ୍ୱ ଦେଉଥିବାରୁ ବଜେଟର ଆକାର ମଧ୍ୟ ଗତବର୍ଷ ଅପେକ୍ଷା ଅଧିକ ରହିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଶଟ୍‌ଡାଉନ୍‌ର ସୁଯୋଗ ନେଇ ଚୋରି କରିଥିଲେ; ଧରାପଡ଼ିଲେ

କୋଭିଡ୍ ହସ୍‌ପିଟାଲ୍ ଯିବାକୁ ନାରାଜ କରୋନା ରୋଗୀ, ତହସିଲ୍‌ଦାରଙ୍କୁ କଲେ ଦୁର୍ବ୍ୟବହାର

ଫସର ଫାଟିଲା ଯୋଜନା, ଧରାପଡ଼ିଗଲେ

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା

ଖୋଲିବ ଆଉ ୬୫ଟି ନୂଆ ଜେଏମଏଫସି କୋର୍ଟ, ଅନୁମତି ଦେଲେ ହାଇକୋର୍ଟ

ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା

ୱିଙ୍ଗ କମାଣ୍ଡର ନିଖିଲ ରଥଙ୍କୁ ଶୁଭେଚ୍ଛା

କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନକୁ କଣ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଆରୋଗ୍ୟ ହେଲେ ୧୫୪୪ କରୋନା ଆକ୍ରାନ୍ତ

ସରକାରଙ୍କୁ ସବୁ ବାଧୁଛି, ତା’ହେଲେ କହିବ କିଏ?

ପ୍ରଶାସନିକ ସେବା କ୍ଷେତ୍ରରେ କଣ୍ଟାବାଞ୍ଜିର ନୂଆ ଅଧ୍ୟାୟ

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ! ଡାକ୍ତରଙ୍କୁ ପିଟିଲେ ଉତ୍ତ୍ୟକ୍ତ ଲୋକେ