ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ମହିଳା ଥାନାରେ ହାଜର ହୋଇଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଜ୍ୱାଇଁ ଦିନମଣି ବାରିକ। ପୂର୍ବରୁ ତାଙ୍କୁ ନୋଟିସ୍ ହୋଇଥିଲା।
କବିତା ମହାକୁଡ଼ ନିଜକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବୋହୂ ବୋଲି ଦାବି କରୁଥିଲେ। ନିଜର ସ୍ୱାମୀଙ୍କୁ ପାଇବା ପାଇଁ ସେ ଭୁବନେଶ୍ୱର ମହିଳା ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଏଥିପାଇଁ ପୋଲିସ୍ ବିଧାୟକ ସନାତନ ମହାକୁଡଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ କରିଥିଲା। ଗତ ସୋମବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ମହିଳା ଥାନାରେ ସନାତନ ହାଜର ହୋଇଥିଲେ। ପୋଲିସ୍ ତାଙ୍କୁ ୧୦ରୁ ୧୫ ମିନିଟ୍ ପଚରାଉଚରା କରିଥିଲା। ମଙ୍ଗଳବାର ଦିନ ପୁଣି ଥରେ ସେ ଥାନାକୁ ଆସିଥିଲେ। ପୋଲିସ୍ ତାଙ୍କୁ ପ୍ରାୟ ୨ ଘଣ୍ଟା ପଚରାଉଚରା କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।