କୁଚିଣ୍ଡା: ସଡ଼କ ଦୁର୍ଘଟଣାରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପରୁଆଭାଡ଼ି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସହଯୋଗୀଙ୍କ ସଡ଼କ ଦୁର୍ଘଟଣାରେ ଆଜି ମୃତ୍ୟୁ ଘଟିଛି। ମୃତ ସରପଞ୍ଚ ପ୍ରାର୍ଥୀ ହେଲେ ମଣି ପ୍ରଧାନ।

ମଣି ନିଜ ସହଯୋଗୀ ସୁଧୀର ପଟେଲଙ୍କ ସହ ବାଇକରେ ଘରକୁ ଫେରୁଥିବା ବେଳେ କୁଚିଣ୍ଡା-ବାମରା ପତ୍ରାପାଲି ରାସ୍ତାରେ ଏକ ଗଛରେ ପିଟି ହୋଇଯାଇଥିଲେ। ପୋଲିସ୍‌ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।