ଏବେ କଥା ଗୋଳାଉଛନ୍ତି ଲ୍ୟାବ୍ ନିର୍ଦ୍ଦେଶକ !

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):କୁନ୍ଦୁଲି ପୀଡ଼ିତାଙ୍କ ଫୋରେନସିକ୍ ରିପୋର୍ଟରେ ତ୍ରୁଟି ଅଭିଯୋଗ ପ୍ରସଙ୍ଗରେ କଥା ଗୋଳାଇଲେ ଷ୍ଟେଟ୍ ଫୋରେନସିକ୍ ଲ୍ୟାବ୍‌ ନିର୍ଦ୍ଦେଶକ।   ପୂର୍ବରୁ ଲିକ୍ ରିପୋର୍ଟକୁ ପ୍ରିଲିମିନାରି ଇଣ୍ଟର ଡିଭିଜନାଲ୍ ରିପୋର୍ଟ ବୋଲି ଗତ ୨୫ ତାରିଖରେ ପ୍ରେସ୍ ରିଲିଜ ମାଧ୍ୟମରେ ନିର୍ଦ୍ଦେଶକ ଜଣାଇଥିଲେ।   ତେବେ ଗତକାଲି ଜାରି ଆଉ ଏକ ପ୍ରେସ୍ ରିଲିଜରେ ଏହି ରିପୋର୍ଟକୁ ଡ୍ରାଫ୍ଟ ଇଣ୍ଟର ଡିଭିଜନାଲ ଏକ୍ସାମିନେସନ୍ ରିପୋର୍ଟ ବୋଲି କୁହାଯାଇଛି।  ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମଣ୍ଡଳ ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି, କୋର୍ଟକୁ ଦିଆଯାଇଥିବା […]

Kunduli-1

Kunduli-1

Rakesh Mallick
  • Published: Monday, 29 January 2018
  • Updated: 29 January 2018, 06:27 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):କୁନ୍ଦୁଲି ପୀଡ଼ିତାଙ୍କ ଫୋରେନସିକ୍ ରିପୋର୍ଟରେ ତ୍ରୁଟି ଅଭିଯୋଗ ପ୍ରସଙ୍ଗରେ କଥା ଗୋଳାଇଲେ ଷ୍ଟେଟ୍ ଫୋରେନସିକ୍ ଲ୍ୟାବ୍‌ ନିର୍ଦ୍ଦେଶକ।   ପୂର୍ବରୁ ଲିକ୍ ରିପୋର୍ଟକୁ ପ୍ରିଲିମିନାରି ଇଣ୍ଟର ଡିଭିଜନାଲ୍ ରିପୋର୍ଟ ବୋଲି ଗତ ୨୫ ତାରିଖରେ ପ୍ରେସ୍ ରିଲିଜ ମାଧ୍ୟମରେ ନିର୍ଦ୍ଦେଶକ ଜଣାଇଥିଲେ।   ତେବେ ଗତକାଲି ଜାରି ଆଉ ଏକ ପ୍ରେସ୍ ରିଲିଜରେ ଏହି ରିପୋର୍ଟକୁ ଡ୍ରାଫ୍ଟ ଇଣ୍ଟର ଡିଭିଜନାଲ ଏକ୍ସାମିନେସନ୍ ରିପୋର୍ଟ ବୋଲି କୁହାଯାଇଛି।  ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମଣ୍ଡଳ ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି, କୋର୍ଟକୁ ଦିଆଯାଇଥିବା ରିପୋର୍ଟ ଶତପ୍ରତିଶତ ଠିକ୍ ।  ଫାଇନାଲ ରିପୋର୍ଟରେ ଆଦୌ ସିମେନ୍ ନମୂନା ବାହାରି ନାହିଁ । ପୂର୍ବ ରିପୋର୍ଟ ଟି ଫୋରେନସିକ୍ ଲ୍ୟାବ୍‌ର କି ନୁହେଁ, ସେ ତାହା କହିପାରିବେ ନାହିଁ ବୋଲି କହିଛନ୍ତି।  ସେ ଆହୁରି କହିଛନ୍ତି, ସେହି ରିପୋର୍ଟଟି  ଡ୍ରାଫ୍ଟ ଷ୍ଟେଜରେ ଥିଲା।  କିଛି ଅଂଶ ହାତରେ ଲେଖାଯାଇଛି।   ସେଭଳି ରିପୋର୍ଟକୁ ସେ ଆଦୌ ଦେଖିନାହାନ୍ତି।

ଏହା ପଦାକୁ କେମିତି ଗଲା ତା’ର ଖୋଳତାଡ ଚାଲିଛି ବୋଲି କହିବା ସହ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜିଙ୍କ ନିର୍ଦ୍ଦେଶକୁ ସେ ସ୍ୱାଗତ କରିଛନ୍ତି। ସୂଚନା ଅନୁଯାୟୀ,  ପୂର୍ବରୁ କୁନ୍ଦୁଲି ଘଟଣାରେ ପୀଡିତା ପିନ୍ଧିଥିବା ଅନ୍ତବସ୍ତ୍ରକୁ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଫୋରେନ୍ସିକ୍ ଲାବୋରେଟାରୀକୁ ପଠାଯାଇଥିଲା। ଯାହାର ରିପୋର୍ଟରେ ପୀଡିତାଙ୍କ ଅନ୍ତବସ୍ତ୍ରରେ ଦୁଇ ଜଣଙ୍କ ସିମେନ୍ ନମୁନା ମିଳିଥିବା ଉଲ୍ଲେଖ ରହିଥିଲା। ଜଣଙ୍କର ବ୍ଳଡ୍‌ଗ୍ରୁପ୍‌  A ଓ ଅନ୍ୟଜଣଙ୍କର B ଥିଲା ।  ଅକ୍ଟୋବର ୧୭ ତାରିଖରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ହେଲେ ଡିସେମ୍ବର ୧୪ ତାରିଖରେ କ୍ରାଇମବ୍ରାଞ୍ଚ  NHRCକୁ ଦେଇଥିବା ରିପୋର୍ଟ ଉପରେ ପୀଡିତା ପିନ୍ଧିଥିବା ବସ୍ତ୍ର ନମୁନାରେ କୌଣସି ବାହ୍ୟବସ୍ତୁ ଲାଗି ନ ଥିବା ଫୋରେନ୍ସିକ୍ ଲାବ୍ ରିପୋର୍ଟ ଦେଇଛନ୍ତି ବୋଲି ଉଲ୍ଲେଖ ଥିଲା।  ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଣି ଥରେ ଘଟଣା ଭିନ୍ନ ମୋଡ଼ ନେଇଛି।

https://youtu.be/4zqpzSZJybg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos