ଝିଅକୁ ଘରକୁ ନେବା ପାଇଁ ଥାନାର ଦ୍ୱାରସ୍ଥ ହେଲେ କୁନ୍ଦୁଲି ପୀଡ଼ିତାଙ୍କ ମା’

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡ଼ିକାଲରେ କୁନ୍ଦୁଲି ପୀଡ଼ିତା ନିଜକୁ ସୁରକ୍ଷିତ ମଣୁନାହିଁ। ସେଥିପାଇଁ ପୀଡ଼ିତାଙ୍କୁ ଘରକୁ ନେବା ପାଇଁ ପରିବାର ଲୋକେ ଅଡିବସିଛନ୍ତି। ମାତ୍ର ଏଥିରେ ମେଡ଼ିକାଲ କର୍ତ୍ତୃପକ୍ଷ ରାଜି ହେଉନାହାନ୍ତି। ଏହା ବିରୋଧରେ ଆଜି ପୀଡ଼ିତାଙ୍କ ମାଆ ମେଡ଼ିକାଲ କର୍ତ୍ତୃପକ୍ଷ, ପୋଲିସ ଓ ଡିସିପିଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସାଥୀରେ ଅଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି। ଘରକୁ ନେବା ନାବିରେ ଗତକାଲି ପୀଡ଼ିତାଙ୍କ ପରିବାର ଲୋକେ ମେଡ଼ିକାଲ […]

koraput-rape.13

koraput-rape.13

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 05:03 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡ଼ିକାଲରେ କୁନ୍ଦୁଲି ପୀଡ଼ିତା ନିଜକୁ ସୁରକ୍ଷିତ ମଣୁନାହିଁ। ସେଥିପାଇଁ ପୀଡ଼ିତାଙ୍କୁ ଘରକୁ ନେବା ପାଇଁ ପରିବାର ଲୋକେ ଅଡିବସିଛନ୍ତି। ମାତ୍ର ଏଥିରେ ମେଡ଼ିକାଲ କର୍ତ୍ତୃପକ୍ଷ ରାଜି ହେଉନାହାନ୍ତି। ଏହା ବିରୋଧରେ ଆଜି ପୀଡ଼ିତାଙ୍କ ମାଆ ମେଡ଼ିକାଲ କର୍ତ୍ତୃପକ୍ଷ, ପୋଲିସ ଓ ଡିସିପିଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସାଥୀରେ ଅଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି। ଘରକୁ ନେବା ନାବିରେ ଗତକାଲି ପୀଡ଼ିତାଙ୍କ ପରିବାର ଲୋକେ ମେଡ଼ିକାଲ ସମ୍ମୁଖରେ ଧାରଣାରେ ବସିଥିଲେ।

କୁନ୍ଦୁଲି ପୀଡ଼ିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଶ୍ରୀପ୍ରସାଦ ନନ୍ଦ ଗତକାଲି କହିଥିଲେ-“ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର ରହିଛି। ସେ ଏବେ ସୁସ୍ଥ ଅଛନ୍ତି। ତାଙ୍କୁ ମାନସିକ ଚିକିତ୍ସା ଦରକାର। ତେଣୁ ତାଙ୍କୁ ମାନସିକ ରୋଗ ବିଭାଗକୁ ସ୍ଥାନାନ୍ତର କରାଯିବା ଦରକାର।”

ଗତ ୧୯ ତାରିଖରେ କୁନ୍ଦୁଲି ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ଏସ୍‌ସିବିରେ ଚିକିତ୍ସା ଚାଲିଥିବା ସତ୍ତ୍ୱେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲେ। ପରେ ତାଙ୍କୁ ମେଡ଼ିସିନ୍‌ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମେଡିସିନି ବିଭାଗ ମୁଖ୍ୟ ପ୍ରଭାତ ପାଢୀଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଡାକ୍ତରୀ ଟିମ୍‌ ପୀଡ଼ିତାଙ୍କୁ ଚିକିତ୍ସା କରୁଥିଲେ। ଏହି ଟିମ୍‌ରେ ମେଡିସିନ, ନିଶ୍ଚେତକ ଓ ହୃଦରୋଗ ବିଭାଗ ଡାକ୍ତର ରହିଥିଲେ।

ଗତ ୧୫ ତାରିଖରେ ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos