କାଉନ୍‌ସେଲିଂ ପରେ ସ୍ୱତନ୍ତ୍ର ଟିମ୍‌ର ମତ: ପରିବାରକୁ ଫେରିଲେ ଶୀଘ୍ର ସୁସ୍ଥ ହେବେ ପୀଡିତା

କୁନ୍ଦୁଲି ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ସ୍ଥିତିରେ ଅଛି। ଭଲ ଖିଆପିଆ କଲେ ସେ ଶୀଘ୍ର ସୁସ୍ଥ ହେବେ । କିନ୍ତୁ ପରିବାର ଲୋକେ ତାଙ୍କୁ ଯେତେଶିଘ୍ର ଆପଣେଇ ନେବେ ସେତେ ଭଲ ବୋଲି ମତ ଦେଇଛନ୍ତି ରବିବାର କାଉନ୍‌ସେଲିଂ କରୁଥିବା ୩ ଜଣିଆ ଟିମ୍‌ର ସଦସ୍ୟ। ରବିବାର ସକାଳେ କୋରାପୁଟରେ ଏହି ଟିମ୍ ପହଞ୍ଚିଥିଲେ । ଟିମ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ୱ ବିଭାଗ ପ୍ରଫେସର ଡଃ. ନମିତା ମହାନ୍ତି, ୟୁନିସେଫର ରାଜ୍ୟ ପରାମର୍ଶଦାତା ମଧୁମିତା ଦାସ ଓ […]

kunduli

kunduli

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 06:32 PM IST

କୁନ୍ଦୁଲି ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ସ୍ଥିତିରେ ଅଛି। ଭଲ ଖିଆପିଆ କଲେ ସେ ଶୀଘ୍ର ସୁସ୍ଥ ହେବେ । କିନ୍ତୁ ପରିବାର ଲୋକେ ତାଙ୍କୁ ଯେତେଶିଘ୍ର ଆପଣେଇ ନେବେ ସେତେ ଭଲ ବୋଲି ମତ ଦେଇଛନ୍ତି ରବିବାର କାଉନ୍‌ସେଲିଂ କରୁଥିବା ୩ ଜଣିଆ ଟିମ୍‌ର ସଦସ୍ୟ।

ରବିବାର ସକାଳେ କୋରାପୁଟରେ ଏହି ଟିମ୍ ପହଞ୍ଚିଥିଲେ । ଟିମ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ୱ ବିଭାଗ ପ୍ରଫେସର ଡଃ. ନମିତା ମହାନ୍ତି, ୟୁନିସେଫର ରାଜ୍ୟ ପରାମର୍ଶଦାତା ମଧୁମିତା ଦାସ ଓ କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଅନ୍ତଭୁକ୍ତ ଥିଲେ। ସେମାନେ ଡୁଗୁରିପୁଟସ୍ଥିତ ସାଲେମ୍ ସ୍ବଳ୍ପ ଆବାସ ଗୃହରେ ପହଞ୍ଚି ପୀଡିତାଙ୍କ ମାନସିକ ଅବସ୍ଥା ଅନୁଧ୍ୟାନ କରିବା ସହ କାଉନସେଲିଂ କରିଥିଲେ।

ଏପଟେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ନା ଓ ଠିକଣା ପ୍ରକାଶ କରିଥିବାରୁ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ବିଜେପି  । ବିଜେପି ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱର ମହିଳା ଥାନାଏ ନେଇ ଏତଲା ଦେଇଛନ୍ତି । .ସେପଟେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ।   କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କ ନେୃତ୍ୱରେ ଏକ ଟିମ୍ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ତି  ୩ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ରାଷ୍ଟ୍ରପତିଙ୍କୁ ଭେଟିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos