କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେଇପାରିଲାନି ବ୍ୟବସ୍ଥା, ବରଂ ମିଳିଲା ବଦନାମର ମାଳ ମାଳ ମିଛ ସାର୍ଟିଫିକେଟ 

କୋରାପୁଟ(ଓଡ଼ିଶା ରିପୋର୍ଟର):ମୋତେ ଗଣବଳାତ୍କାର କରାଯାଇଛି। ମୋର ଇଜ୍ଜତ ଲୁଟ୍ ହୋଇଛି। ମୁଁ ନ୍ୟାୟ ଚାହୁଁଛି। ମତେ ନ୍ୟାୟ ଦରକାର। କୋରାପୁଟ ଭଳି ଏକ ଉପାନ୍ତ ଇଲାକା କୁନ୍ଦୁଲିର ଜଣେ ସରଳ ନିଷ୍ପାପ ନାବାଳିକାର ଏହା ଥିଲା ଏକ କୋହଭରା ଅଭିଯୋଗ।  ହେଲେ ନ୍ୟାୟ ପାଇଁ  ଏହି ଆଦିବାସୀ ନାବାଳିକା ଜଣକ ଯାହାକୁ ଭରସା କରିଥିଲେ ସେଇ ସରକାରୀ ବ୍ୟବସ୍ଥା ତାଙ୍କୁ ଶେଷରେ ଏକ ନାଟକର ବିଫଳ ନାୟିକା ରୂପେ ସଜେଇ ଦେଲା।  ବୁମେରାଂ ହୋଇଗଲା ବଳାତ୍କାର ଅଭିଯୋଗ। […]

Sarigala Sangrama

Sarigala Sangrama

Rakesh Mallick
  • Published: Monday, 22 January 2018
  • Updated: 22 January 2018, 07:45 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର):ମୋତେ ଗଣବଳାତ୍କାର କରାଯାଇଛି। ମୋର ଇଜ୍ଜତ ଲୁଟ୍ ହୋଇଛି। ମୁଁ ନ୍ୟାୟ ଚାହୁଁଛି। ମତେ ନ୍ୟାୟ ଦରକାର। କୋରାପୁଟ ଭଳି ଏକ ଉପାନ୍ତ ଇଲାକା କୁନ୍ଦୁଲିର ଜଣେ ସରଳ ନିଷ୍ପାପ ନାବାଳିକାର ଏହା ଥିଲା ଏକ କୋହଭରା ଅଭିଯୋଗ।  ହେଲେ ନ୍ୟାୟ ପାଇଁ  ଏହି ଆଦିବାସୀ ନାବାଳିକା ଜଣକ ଯାହାକୁ ଭରସା କରିଥିଲେ ସେଇ ସରକାରୀ ବ୍ୟବସ୍ଥା ତାଙ୍କୁ ଶେଷରେ ଏକ ନାଟକର ବିଫଳ ନାୟିକା ରୂପେ ସଜେଇ ଦେଲା।  ବୁମେରାଂ ହୋଇଗଲା ବଳାତ୍କାର ଅଭିଯୋଗ।  ନ୍ୟାୟ ତ’ ମିଳିଲାନି ବରଂ ମିଳିଲା ଅପମାନ ଆଉ ବଦନାମର ମାଳ ମାଳ ମିଛ ସାର୍ଟିଫିକେଟ । ସରକାରୀ ତଦନ୍ତର ମାୟାଜାଲରେ ଛନ୍ଦି ହୋଇଗଲେ ପୀଡ଼ିତା। ତଳ ଠାରୁ ଉପର ପର୍ଯ୍ୟନ୍ତ ସବୁ କହିଲେ ଗଣଦୁଷ୍କର୍ମ ହୋଇନି। ଶେଷରେ ବ୍ୟବସ୍ଥାର ଚକ୍ରବ୍ୟୂହରେ ପେସିହୋଇ ଅଣନିଃଶ୍ୱାସୀ ହୋଇ ଜୀବନର ଶେଷ ରାସ୍ତା ବାଛିନେଲେ ସେ ।

ଆଜି କୁନ୍ଦୁଲି ପୀଡ଼ିତା ଘରେ ଅାତ୍ମହତ୍ୟା ଉଦ୍ୟମ କରିଥିଲେ।  ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନିଅାଯାଇଥିଲା।  କୁନ୍ଦୁଲି ମେଡିକାଲରେ ଡାକ୍ତର ପୀଡ଼ିତାଙ୍କୁ ମୃତ ଘୋଷଣା କରିଛନ୍ତି।   ତାଙ୍କ ମୃତ୍ୟୁ ନେଇ ସୁନାବେଡା SDPO ନରହରି ନାୟକ  ସୂଚନା ଦେଇଛନ୍ତି।  ୨୦୧୭ ଅକ୍ଟୋବର ୧୦ ତାରିଖରେ କୁନ୍ଦୁଲି ପୀଡ଼ିତାଙ୍କ ସହ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଥିଲା।  ସୁରକ୍ଷାକର୍ମୀ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ।  ଏହି ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲା ପୋଲିସ।   ୩ ଜଣିଅା ଟିମ ମାମଲାର ତଦନ୍ତ ଅାରମ୍ଭ କରିଥିଲା।   ତଦନ୍ତ ପାଇଁ୪ଟି ଟିମ ଗଠନ କରି ତଦନ୍ତ କରିଥିଲା ପୋଲିସ।   ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ।   ଅକ୍ଟୋବର ୧୭ରେ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଛାଡି ଦେଇଥିଲା । ପୋଲିସ  ଅକ୍ଟୋବର ୧୮ରେ ଭୁବେନଶ୍ୱର ଫୋରେନସିକ ଲାଇବ୍ରେରୀ ସନ୍ଦିଗ୍ଧର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା ।

ଅକ୍ଟୋବର ୨୧ରେ କୌଣସି ସୁରାଗ ନ ମିଳିବା ପରେ ତାକୁ ଛାଡି ଦେଇଥିଲା ପୋଲିସ।   ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଘଟଣାରେ ତଦନ୍ତ କମିଶନ ଗଠନ ନେଇ ନିଷ୍ପତ୍ତି ନେଇଥିଲେ ସରକାର।

କୁନ୍ଦୁଲି ପୀଡ଼ିତାଙ୍କ ଘରକୁ ଯାଇ ମାମଲାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ।   ତଦନ୍ତ ଚାଲିଥିବାବେଳେ ଅସୁସ୍ଥ ହୋଇ ପଡିଥିଲେ କୁନ୍ଦୁଲି ପୀଡ଼ିତା।   ତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ସୁସ୍ଥ ହୋଇ ସୁଧାର ଗୃହକୁ ଫେରିଥିଲେ ପୀଡ଼ିତା ଏହାପରେ ପୁଣିଥରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ।  କୁନ୍ଦୁଲି ପୀଡ଼ିତାଙ୍କ ଚିକିତ୍ସା ପରେ ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ ଡାକ୍ତର।   ଚିକିତ୍ସା ପରେ ତାଙ୍କୁ ଏସସିବିରୁ ଡିସଚାର୍ଜ କରାଯାଇଥିଲା। ଆଉ ଶେଷରେ ସେ ଆଜି ଆତ୍ମହତ୍ୟା କରିଛନ୍ତି।

https://youtu.be/Rz2P5EdKaK0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos