କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ଓଏଚ୍‌ଆରସି କ୍ଷୁବ୍ଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ କୁନ୍ଦୁଲି ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ଆଜି କମିଶନଙ୍କ ନିକଟରେ ଏହି ମାମଲାର ଶୁଣାଣି ଥିଲା। ମେଡିକାଲ ରିପୋର୍ଟ ଦାଖଲ ହୋଇ ନଥିବାରୁ କ୍ଷୁବ୍ଧ ହୋଇଥିଲେ କମିଶନ। ଏଥିସହ ନଭେମ୍ବର ୬ରେ ରିପୋର୍ଟ ସହ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ। ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧିକ୍ଷକଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି।