କୁଶକିଳା ଡବଲ ମର୍ଡର ଘଟଣା: ଝସକେତନର ପଲିଗ୍ରାଫ୍‌ ଟେଷ୍ଟ୍ ଶେଷ

ଅନୁଗୋଳ: ଜରପଡା ଥାନା କୁଶକିଳା ଡବଲ ମର୍ଡର ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଝସକେତନ ସାହୁଙ୍କ ପଲିଗ୍ରାଫ ଶେଷ ହୋଇଛି। ଆଜି ଭୁବନେଶ୍ୱରରେ ତାଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ସାଢେ ୬ ଘଣ୍ଟାର ପଲିଗ୍ରାଫ ଟେଷ୍ଟ ପରେ ପଦାକୁ ଆସି ସେ ହତ୍ୟା କାଣ୍ଡରେ ସମ୍ପୃକ୍ତ ନ ଥିବା ଗଣମାଧ୍ୟମକୁ କହିଛନ୍ତି। ସେହିପରି ଆଜି ଦ୍ୱିତୀୟ ଥର ଲାଗି ପୋଲିସ ଦୁଇ ଦିନିଆ ରିମାଣ୍ଡରେ ନେଇଛି। ଗତ ୧୫ ତାରିଖରେ ଝସକେତନକୁ ୩ ଦିନ ରିମାଣ୍ଡରେ ନେଇ ପଚରାଉଚରା […]

kusakela

kusakela

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 10:21 AM IST

Sports

Latest News

ଅନୁଗୋଳ: ଜରପଡା ଥାନା କୁଶକିଳା ଡବଲ ମର୍ଡର ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଝସକେତନ ସାହୁଙ୍କ ପଲିଗ୍ରାଫ ଶେଷ ହୋଇଛି। ଆଜି ଭୁବନେଶ୍ୱରରେ ତାଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ସାଢେ ୬ ଘଣ୍ଟାର ପଲିଗ୍ରାଫ ଟେଷ୍ଟ ପରେ ପଦାକୁ ଆସି ସେ ହତ୍ୟା କାଣ୍ଡରେ ସମ୍ପୃକ୍ତ ନ ଥିବା ଗଣମାଧ୍ୟମକୁ କହିଛନ୍ତି। ସେହିପରି ଆଜି ଦ୍ୱିତୀୟ ଥର ଲାଗି ପୋଲିସ ଦୁଇ ଦିନିଆ ରିମାଣ୍ଡରେ ନେଇଛି। ଗତ ୧୫ ତାରିଖରେ ଝସକେତନକୁ ୩ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପୋଲିସ।

ସୂଚନାଯୋଗ୍ୟ, କୁଶକିଳା ଗାଁର ଯୋଗେଶ୍ୱର ସାହୁ ଓ ହିରଣାକ୍ଷ୍ୟ ସାହୁ ନିଖୋଜ ପଛରେ ସେହି ଗାଁର ଝସକେତନର ହାତ ଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଗତ ୧୧ ତାରିଖରେ ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିବା ସହ ଗାଁ ସ୍କୁଲ ପଛପଟୁ ୧୫ରୁ ୧୬ ଫୁଟ୍ ମାଟିତଳୁ ଯୋଗେଶ୍ୱର ଓ ହିରଣାକ୍ଷ୍ୟଙ୍କ ମୃତଦେହ ଉଦ୍ଧାର କରିଥିଲା। ପଚରାଉଚରା ବେଳେ ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ଅଞ୍ଚଳରେ ଅବଳା ଗଡ଼ନାୟକ ନାମକ ଜଣେ ମହିଳା ଓ ତାଙ୍କ ପୁତୁରା କୁମୁଦ ସାହୁଙ୍କୁ ମଧ୍ୟ ସେ ହତ୍ୟା କରି ସମାନ ଢଙ୍ଗରେ ମାଟି ତଳେ ପୋତି ଦେଇଥିବା ସ୍ୱୀକାର କରିଥିଲା। ଫେବୃୟାରୀ ୧୫ ତାରିଖରେ ପୋଲିସ ଉକ୍ତ ସ୍କୁଲ ପରିସରରୁ ଅବଳା ଓ କୁମୁଦଙ୍କ କଙ୍କାଳ ଉଦ୍ଧାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos