କୁଶେଇ ସେତୁ ନିର୍ମାଣକୁ ବିରୋଧ କରି ଦାୟର ମାମଲା ହାଇକୋର୍ଟରେ ଖାରଜ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବେଲବାହାଳିରେ ନିର୍ମାଣ ହେଉଥିବା କୁଶେଇ ସେତୁକୁ ବିରୋଧ କରି ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ବୈଷୟିକ କମିଟି ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ଏବଂ ଡିଜାଇନ୍‌ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି।

ଆବେଦନରେ ଜନସ୍ୱାର୍ଥ ସାମିଲ ନୁହେଁ ଏବଂ ବୈଷୟିକ କମିଟିର ନିଷ୍ପତ୍ତିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ଦର୍ଶାଇ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନୀତ ଶରତ ଓ ଜଷ୍ଟିସ୍‌ ବି.ଆର. ଷଡଙ୍ଗୀଙ୍କ ଖଣ୍ଡପୀଠ ଆବେଦନକୁ ଖାରଜ କରି ଦେଇଛନ୍ତି।