ଶ୍ରମିକ ଦିବସ ପୂର୍ବରୁ ବଢ଼ିଲା ସବୁ ବର୍ଗର ଶ୍ରମିକଙ୍କ ମଜୁରୀ Edited By OdishaReporter Bureau | By ORdigital Desk Last updated Apr 30, 2022 image credit:internet Share ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମଇ ପହିଲା ଶ୍ରମିକ ଦିବସ ପୂର୍ବରୁ ରାଜ୍ୟ ସରକାର ଆଜି ସବୁ ବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି । ସବୁ ବର୍ଗର ଶ୍ରମିକମାନଙ୍କୁ ଦୈନିକ ୧୧ଟଙ୍କାର ସ୍ୱତନ୍ତ୍ର ଭତ୍ତା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଓ ପିଛିଲା ଭାବେ ଏହା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ । ଫଳରେ ଅଣକୁଶଳୀ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ୩୨୬ଟଙ୍କା ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୭୬ଟଙ୍କାକୁ ବୃଦ୍ଧି ପାଇଛି । ଆହୁରି ପଢ଼ନ୍ତୁ ଏମ୍ସ ଭୁବନେଶ୍ୱରରେ ମେଡିକାଲ୍ ଅଙ୍କୋଲୋଜି ବିଭାଗର ସ୍ୱତନ୍ତ୍ର ଡେ… 9 hours ago ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଧରାପଡ଼ିଲେ ନାବାଳିକା ସମେତ ୪ 9 hours ago ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ସୁପାରିଶ୍ ଆଧାରରେ ଖାଉଟି ଦର ଇଣ୍ଡେକ୍ସକୁ ଦୃଷ୍ଟିରେ ରଖି ସବୁ ବର୍ଗର ଶ୍ରମିକମାନଙ୍କ ପାଇଁ ବର୍ଷକୁ ୨ଥର ସ୍ୱତନ୍ତ୍ର ଭତ୍ତା ବୃଦ୍ଧିର ପ୍ରାବଧାନ ରହିଛି । ଏହି ସୁପାରିଶ ଅନ୍ତର୍ଗତ ରାଜ୍ୟ ଶ୍ରମ କମିଶନର ଏନ୍. ଥିରୁମାଳା ନାଏକଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରମିକମାନଙ୍କ ସ୍ୱତନ୍ତ୍ର ଭତ୍ତା (ପରିବର୍ତ୍ତିତ ମହଙ୍ଗା ଭତ୍ତା -ଭିଡିଏ)ରେ ଦୈନିକ ୧୧ଟଙ୍କା ବୃଦ୍ଧି କରାଯାଇଛି । ଏହା ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସବୁ ବର୍ଗର ଶ୍ରମିକଙ୍କ ନିମନ୍ତେ ଲାଗୁ ହେବ । ବିଜ୍ଞପ୍ତି ଅନୁସାରେ ଅଣକୁଶଳୀ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ୩୧୫ଟଙ୍କା ପରିବର୍ତ୍ତେ ୩୨୬ଟଙ୍କା ପାଇବେ । ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୫ଟଙ୍କାରୁ ୩୬୬ଟଙ୍କାକୁ, କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ଟଙ୍କାରୁ ୪୧୬ଟଙ୍କାକୁ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ଟଙ୍କାରୁ ୪୭୬ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୨ ଏପ୍ରିଲ ୧ରୁ ଏହି ବର୍ଦ୍ଧିତ ମଜୁରୀ ଲାଗୁ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ସଂଶୋଧିତ ମଜୁରୀ ବୃଦ୍ଧି ରାଜ୍ୟର କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ । ଅଗରବତୀ, ଅଟୋମୋବାଇଲ ସେବା, ଗ୍ୟାରେଜ, ଆୟୁର୍ବେଦିକ ଓ ୟୁନାନି, ବିସ୍କୁଟ ଓ କେକ୍ ତିଆରି କାରଖାନା, କେମିକାଲ ଇଣ୍ଡଷ୍ଟ୍ରି, ସିନେମା ଓ ଫିଲ୍ମ ଇଣ୍ଡଷ୍ଟ୍ରି, କତା ଶିଳ୍ପ, କାଜୁ, ଶାଳ ମଞ୍ଜି ସଂଗ୍ରହକାରୀ, ହ୍ୟାଣ୍ଡଲୁମ, ଚମଡ଼ା, ଲଣ୍ଡ୍ରି ସମେତ ବିଭିନ୍ନ ମ୍ୟାନୁଫ୍ୟାକଚରିଂ ୟୁନିଟ ସମେତ ମୋଟ ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ନିମନ୍ତେ ଏହି ବର୍ଦ୍ଧିତ ମଜୁରୀ ଲାଗୁ ହେବ । ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।